ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ଅଭିଯୋଗ ପାଇବା କ୍ଷଣି, ଶ୍ମଶାନ ଜମି ଚିହ୍ନଟ କରି ଦେଲେ ତହସିଲଦାର

ତେନ୍ତୁଳିଖୁଣ୍ଟି ୦୮/୦୨/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ପରଜା ବାରଙ୍ଗପଦର ଗ୍ରାମ ପଞ୍ଚାୟତ ର ଖାତିଗୁଡ଼ା କଲୋନୀରେ ଦୀର୍ଘ ୩୫ ବର୍ଷ ହେବ ଖାତିଗୁଡା କଲୋନି ରେ ୨ଶହ ପରିବାର ବସବାସ କରି ଆସୁଛନ୍ତି। ଦୁଃଖ ର କଥା ଆଜି ପର୍ଯ୍ୟନ୍ତ ଏହି ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟ ର କୌଣସି ବ୍ୟକ୍ତି ଙ୍କ ମୃତ୍ୟୁ ହେଲେ, ମୃତ ଶବ କୁ କବର ଦେବା ପାଇଁ ଜାଗା ନ ଥିବାରୁ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଥିଲେ। ଶ୍ମଶାନ ଜାଗା ପାଇବା ପାଇଁ ବହୁବାର ସରକାରଙ୍କ ପାଖରେ ଓ ନେତା ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ପରେ ଅଭିଯୋଗ କରି ଆସୁଥିଲେ। ମନ୍ତ୍ରୀ ସାଂସଦ ବିଧାୟକ ଲିଖିତ ଅଭିଯୋଗ ଗ୍ରହଣ କରି ଆଶ୍ଵାସନା ଦେଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇ ପାରୁ ନ ଥିଲା। ଶେଷରେ କୌଣସି ଉପାୟ ନ ପାଇଁ ତେନ୍ତୁଳିଖୁଣ୍ଟି ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ଏହାର ସ୍ଥାୟୀ ସମାଧାନ କରିବାକୁ ଲିଖିତ ପତ୍ର ମାଧ୍ୟମରେ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ସଭାପତି ସୁଧୀର ପାତ୍ର ସମ୍ପାଦକ ଗୌରବ କାଉଁରୀ ଙ୍କୁ ଅବଗତ କରିଥିଲେ। ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ଏ ନେଇ ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କୁ ଲିଖିତ ପତ୍ର ମାଧ୍ୟମରେ ଅବଗତ କରିଥିଲେ।ତହସିଲଦାର ପ୍ରଦୀପ କର ତାଙ୍କ କଥା ନିଜେ ହୃଦୟଙ୍ଗମ କରି କାଳ ବିଳମ୍ବ ନ କରି ବେଜୁଗୁଡା ରାଜସ୍ୱ ନିରୀକ୍ଷକ ଙ୍କୁ ତୁରନ୍ତ ଜାଗା ଚିହ୍ନଟ କରି ସମ୍ପୃକ୍ତ ସମ୍ପ୍ରଦାୟ ଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାକୁ ଭିତ୍ତିକରି ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ଗରଡା ଓ ତାଙ୍କ କର୍ମଚାରୀ ଙ୍କୁ ନେଇ ଶ୍ମଶାନ ପାଇଁ ଜାଗା ଚିହ୍ନଟ କରିଦେଇଥିଲେ। ଚିହ୍ନଟ ସମୟରେ ବ୍ଲକ୍ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାଗ ବ୍ଲକ୍ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ମୋହନ ଚନ୍ଦ୍ର ଦାସ, ରେଭ୍ କିଶୋର ହିଆଲ, ଅଭୟ କର୍କରା, ଭୂଷଣ ଗରଡା, ସମେତ ଗ୍ରାମର ଅନେକ ଭଦ୍ର ମହିଳା ଓ ଯୁବକ ଉପସ୍ଥିତି ଥିଲେ। ଶେଷରେ ଜାଗା ଚିହ୍ନଟ କରି ଦେଇଥିବାରୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ଓ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ମିଳିତ ଭାବେ ଉଭୟ ତେନ୍ତୁଳିଖୁଣ୍ଟି ତହସିଲଦାର ଓ ରାଜସ୍ବ ନୀରିକ୍ଷକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

୧୧୮ତମ ସାମୁହିକ ଜନ୍ମଦିବସ ପାଳନ 

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘର ଜିଲ୍ଲା କାର୍ଯ୍ୟକାରି ବୈଠକ

Sunil Chandra Nayak

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ… ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର…

Sunil Chandra Nayak

Leave a Comment

error: Content is protected !!