ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଲଜ୍ୟ। ଜନକ ଘଟଣା ଦେଖିବାକୁ ମିଳିଛି। ବାଣପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଜଣେ ଯୁବକକୁ ବାଣପୁର ପୋଲିସ ଗିରଫ କରିଛି। ସୂଚନା ମୁତାବକ ବାଣପୁର ଅଞ୍ଚଳରେ ଜଣେ ଜନୈକ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତି ବଳାତ୍କାର କରିବା ସହିତ ତାଙ୍କ ଆପତ୍ତିଜନକ ଫୋଟୋ ଓ ଭିଡ଼ିଓ କୁ ଜଣେ ଯୁବକ ସୋସିଆଲ ମିଡିଆରେ ଅପଲୋଡ଼ କରି ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିବାର ବାଣପୁର ଥାନାରେ ବିବାହିତ ମହିଳା ଜଣଙ୍କ ଏକ ଲିଖିତ ଅଭିଯୋଗ କରିଥିଲେ। ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗତକାଲି ରାତ୍ରି ସମୟରେ ଏକ ନିର୍ଦିଷ୍ଟ ଅଞ୍ଚଳରୁ ଯୁବକୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଣପୁର ପ୍ରତାପ ଗ୍ରାମର ସୁକୁଟା ନାୟକଙ୍କ ପୁଅ ପ୍ରକାଶ ନାୟକ(୨୪) କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୁଦ୍ଧରେ ବାଣପୁର ଥାନା କେସ ନମ୍ବର ୬୫/୨୩ ରେ ବଳାତ୍କାର ଓ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇ ଥିବାର ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

ନିଆରା ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ଯାତ୍ରୀବାହୀ ବସରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

masiha

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

Leave a Comment

error: Content is protected !!