ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଡାବୁଗାଁ, ୧୦/୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସମ୍ମୁଖରେ ରାଜ୍ୟ ରାଜପଥ-୩୯ ଉପରେ ଜାତୀୟ ରାଜପଥ ପ୍ରାଧିକରଣର ରାୟପୁର-ବିଶାଖାପାଟନମ ୬ ଲେନ ରାସ୍ତା ପ୍ରକଳ୍ପର ଆଦାନି ରୋଡ ଟ୍ରାନ୍ସପୋର୍ଟ କମ୍ପାନୀ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗାଡି ଚାଳକ ମାନଙ୍କୁ ଗାଡି ଚଳେଇବା ସମୟରେ ହେଲମେଟ ବିନ୍ଧିବା, ସିଲ୍ଟ ବେଲ୍ଟ ବାନ୍ଧିବା, ଗାଡି ଚଳାଇବା ସମୟରେ ନିଷଦ୍ରବ୍ୟ ସେବନ ନକରିବା, ମୋବାଇଲରେ କଥା ନହେବା ଆଦି ଉପରେ ବୁଝାଇଥିଲେ | ଏହା ସହ କମ୍ପାନୀ ତରଫରୁ ଚାଳକ ମାନଙ୍କୁ ମାଗଣାରେ ୩୦ ଟି ହେଲମେଟ ଓ ୩୦ ଟି ଫାଷ୍ଟ ଏଡ କୀଟ ବଣ୍ଟନ କରାଯାଇଥିଲା | ଏହି ସଚେତନତା କାର୍ଯ୍ୟକ୍ରମରେ କମ୍ପାନୀର ପ୍ରକଳ୍ପ ମୁଖ୍ୟ ସୁଶୀଲ କୁମାର, ବିକେଆରପିଏଲ ସୁରକ୍ଷା ମୁଖ୍ୟ ଦେବେନ୍ଦ୍ର ମହାପାତ୍ର, ଏମବିପିଏଲ ସୁରକ୍ଷା ମୁଖ୍ୟ ବାମଦେବ ସାମଲ, ବିକେଆରପିଏଲ ସୁରକ୍ଷା ପରିଚାଳକ ରଞ୍ଜନ ଜେନା, ୟୁଏମଏସଏଲ ସୁରକ୍ଷା ମୁଖ୍ୟ ଗୌରୀ ଶଙ୍କର ଗୌଡ ଏବଂ ଥାନା ସବଇନିସ୍ପେକ୍ଟରଚନ୍ଦନ ସାହୁ ଓ ଅନ୍ୟ ମାନେ ସାମିଲ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇଘର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣି ଶିବିର

Sunil Chandra Nayak

ଅଗ୍ନି ବିପନ୍ନ ପରିବାକୁ ସହଯୋଗ ର ହାତ ବଡେଇଲା ସମ୍ଭବ ଚାରିଟେବୁଲ ଟ୍ରଷ୍ଟ କଟକ 

masiha

ଖଣ୍ଡାୟତ ମହାସଭାର ସ୍ବତନ୍ତ୍ର ବୈଠକ

Leave a Comment

error: Content is protected !!