ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ 

ଫୁଲବାଣୀ :ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ସ୍ବତନ୍ତ୍ର ଟୀକାକରଣ ଏବଂ ଅନ୍ୟ ଦୁଇଗୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜି.ଏନ୍.ଏମ୍. ତାଲିମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମରେ ଜନ୍ମରୁ ୨ ବର୍ଷ ମଧ୍ୟରେ ଯେଉଁ ପିଲାମାନେ ୧୨ ଗୋଟି ରୋଗ ବିପକ୍ଷରେ ଟୀକା ନେଇ ନଥିବେ ସେହି ପିଲାମାନଙ୍କୁ ଘରକୁ ଘର ବୁଲି ତାଙ୍କର ମା’ ଓ ଶିଶୁ ସୁରକ୍ଷା କାର୍ଡ ଦେଖି ଟୀକାକରଣ କରାଯିବ । ଫଳରେ ଆମ ଜିଲ୍ଲାରେ କୌଣସି ଶିଶୁ ଟୀକା ନେବାରୁ ବଂଚିତ ରହିବେ ନାହିଁ । ଏତଦ୍ ବ୍ୟତିତ ଗର୍ଭବତୀ ମହିଳା ଏବଂ ୧୦ ବର୍ଷରେ ଓ ୧୬ ବର୍ଷରେ ଥିବା ପିଲାମାନଙ୍କୁ ଟିଟାନସ୍ ଓ କଣ୍ଠ ଅଳତି ରୋଗ ବିପକ୍ଷରେ ମଧ୍ୟ ଟୀକାକରଣ କରାଯିବ।

୧୦ ରୁ ୧୯ ଫେବୃଆରୀ ୨୦୨୩ ମଧ୍ୟରେ ୧ ରୁ ୨ ବର୍ଷ ମଧ୍ୟରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ଆଲବେଣ୍ଡାଜିଲ୍‌ର ୫ମିଲି, ମାତ୍ରା ଖୁଆଯିବ । ସେହି ସମୟ ସୀମା ମଧ୍ୟରେ ୧ ରୁ ୫ ବର୍ଷ ମଧ୍ୟରେ ଥିବା ପ୍ରତ୍ୟେକ ପିଲାଙ୍କୁ ଭିଟାମିନ୍ ଏ ସଲ୍ୟୁସନ୍ ମଧ୍ୟ ପ୍ରଦାନ କରାଯିବ । ସେହିପରି ଫାଇଲେରିଆ ନିରାକରଣ ଉଦ୍ଦେଶ୍ୟରେ ୨ରୁ ୫ ବର୍ଷ,୬ ରୁ ୧୪ ବର୍ଷ ଏବଂ ୧୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକମାନଙ୍କୁ ଡି.ଇ.ସି. ଓ ଆଲବେଣ୍ଡାଜଲ୍ ବଟିକା ସେବନ କରାଯାଇ ଆମ କନ୍ଧମାଳ ଜିଲ୍ଲାକୁ ବାତ ଜ୍ଵର ତଥା କୃମି ନାଶନ କରାଇବା ପାଇଁ କାର୍ଯ୍ୟକ୍ରମ ପରିଚାଳନା କରାଯିବ । ଏହାର ସୁପରିଚାଳନା ପାଇଁ ସମୁଦାୟ ୩ ହଜାର ୨୮୮ଜଣ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେଟର ଔଷଧ, ଅନ୍ୟ ସାମଗ୍ରୀ, ରିପୋର୍ଟ ଫର୍ମ, ମାଇକ୍ରୋ ପ୍ଲାନ୍ ପାଖରେ ରଖିଛନ୍ତି । ସେମାନେ ଘରକୁ ଘର ଯାଇ ବସିବେ ଓ ଘରର ସମସ୍ତ ସଦସ୍ୟଙ୍କୁ ଡାକି ବୟସ ଅନୁଶାରେ ସିରପ୍ କିମ୍ବା ଡି.ଇ.ସି. ଓ ଆଲବେଣ୍ଡାଜଲ ବଟିକା ସେବନ କରାଇବେ । ନିଜ ସାମ୍ନାରେ ଔଷଧ ଖୁଆଇବା ପରେ ତାଙ୍କ ବାମହାତ ବିଶି ଆଙ୍ଗୁଠିରେ କାଳି ଲଗାଇବେ ଏବଂ ଗୃହ ପରିଦର୍ଶନ ରେଜିଷ୍ଟରରେ ଉଲ୍ଲେଖ କରିବେ । ଗାଁରେ ଥିବା ଅଣ ଆବାସିକ ବିଦ୍ୟାଳୟ ଯାଇ ପିଲାଙ୍କୁ ବଟୀକା ଖୁଆଇବେ । ସେହିପରି ଆବାସିକ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର କାର୍ଯ୍ୟାବଳୀ କରାଯିବ। ଏହି ସବୁ କାର୍ଯ୍ୟ ତଦାରଖ ପାଇଁ ୩୨୮ଜଣ ସୁପରଭାଇଜର କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତା, ମନୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗର ସମସ୍ତ ଚିକିତ୍ସାଧିକାରୀ ତଥା ଅଧିକାରୀ, ଫୁଲବାଣୀ ପୌରପରିଷଦର ନିର୍ବାହୀ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଫୁଲବାଣୀ, ଉପ ଆରକ୍ଷୀ ଅଧୀକ୍ଷକ, ଫୁଲବାଣୀ,ଗଣମାଧ୍ୟମର ପ୍ରତିନିଧି ଏବଂ ଜି.ଏନ୍.ଏମ୍. ଓ ଏ.ଏନ୍.ଏମ୍. ଛାତ୍ରୀମାନେ ଯୋଗଦେଇ ସାମୁହିକ ଔଷଧ ସେବନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

masiha

କୋକସରା ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଟି॰ବି॰ମୁକ୍ତ ଭାରତ ଅଭିଯାନରେ ଇମ୍ଫାଦ୍ଵାରା ଯକ୍ଷ୍ମାରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!