ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

ସେବାକୁ ନିଶା ଭାବେ ଗ୍ରହଣ କରି ସମାଜସେବା କ୍ଷେତ୍ରରେ ଗତ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଅଶୋକ ପରିଡାଙ୍କୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।ବୃକ୍ଷକୁ ଭଲପାଉଥିବା ଓ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ଜଳବାୟୁ ପରିବର୍ତ୍ତନ ପାଇଁ ଚିନ୍ତିତ ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ ଆର୍ମି ପକ୍ଷରୁ ଡ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ସମ୍ବାଦ ର ସଂମ୍ପାଦକ ସୌମ୍ୟ ରଞନ ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ,ସମ୍ମାନୀତ ଅତିଥି ଅରୁପ ପଟ୍ଟନାୟକ ଅନ୍ୟତମ ଅତିଥି ରୋଟାରୀ ଗଭର୍ଣ୍ଣର ଯୋଗେଶ ମହାପାତ୍ର, ଓଡିଶା ପାଇକ ଆଖଡା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଅନ୍ୟ ଅତିଥି ମାନଙ୍କ ଗହଣରେ ସାମାଜିକ କର୍ମୀ ଅଶୋକ ପରିଡାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମାଜ ସେବା କ୍ଷେତ୍ରରେ ନିଜକୁ ଦୀର୍ଘ ବର୍ଷ ଧରି ସାମିଲ କରି ବିନା ସରକାରୀ ଅନୁଦାନରେ ଗୋଷ୍ଠୀ ସହଭାଗୀତାରେ ଗତ ଅଠର ବର୍ଷ ଧରି ସମାଜର ଅବହେଳିତ ଓ ସମସ୍ୟା ଭିତିକ କାର୍ଯ୍ୟକରି ଆସୁଥିବା ସମ୍ପର୍କରେ ସୂଚନା ଦେଇଥିଲେ।ଜଙ୍ଗଲ ରକ୍ଷା ଓ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ,ପରିମଳ କାର୍ଯ୍ୟକ୍ରମ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର, ଜିଲା ପ୍ରଶାସନ ପକ୍ଷରୁ ଉଦ୍ଭିଦ ମିତ୍ର,ଓ ପରିମଳ ପାଇଁ ଫୁଲବାଣୀ ପୌର ପରିଷଦ ପକ୍ଷରୁ ପୂର୍ବରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଜିଲାର ବହୁ ସଂଗଠନର ସହଯୋଗରେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜନ ଓକିଲାତି କରି ଆସୁଛନ୍ତି।କନ୍ଧମାଳ ଜିଲ୍ଲାରେ ଓଡ଼ିଶାର ଅଧିକ ଜଙ୍ଗଲ ଥିବା କୁହାଯାଉଥିଲେ ହେଁ ବାସ୍ତବରେ ଦିନକୁ ଦିନ କମି ଆସୁଥିବାରୁ ଜିଲା ପାଇଁ ଚିନ୍ତା ର ବିଷୟ।ତେଣୁ ଆସନ୍ତୁ ସମସ୍ତେ ଗୋଷ୍ଠୀ ସହଭାଗୀତାରେ ଜନସଚେତନତା ସୃଷ୍ଟି କରି ନିଜ ଜୀବନରେ ପ୍ରତିବର୍ଷ ଗୋଟିଏ ଗଛ ବଞ୍ଚାଇବାକୁ ପ୍ରୟାସ କରି ସବୁଜ ବଳୟ ସୃଷ୍ଟି କରିବା। ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକରି ଜଳବାୟୁ ପରିବର୍ତ୍ତନ ଓ ଉଷ୍ମତା ହ୍ରାସ କ୍ଷେତ୍ରରେ ଏହି ପୁରସ୍କାର ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପରିଡା କହିଛନ୍ତି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

ଆସିକା ବିଜେପିର ପ୍ରଶିକ୍ଷଣ ଶିବିର

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ମହିଳା ସୁରକ୍ଷା ଉପରେ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!