ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା : 11.2.2023:ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମ କୁ ପ୍ରତାପ ଚନ୍ଦ୍ର ଦାସ ପରିଚାଳନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକ ସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାଏକ, ଶ୍ରୀ ରମେଶ କୁମାର ପାଢ଼ୀ ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀ ସତ୍ୟନାରାୟଣ ମୁଣ୍ଡଛୀନା ମାଣିଙ୍କେଶ୍ୱରୀ ମହାବିଦ୍ୟାଳୟ ପ୍ରିନ୍ସିପାଲ ଥୁଆମୂଳ ରାମପୁର,ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର ପ୍ରିନ୍ସିପାଲ,ଶ୍ରୀ ଆଶିଷ କୁମାର ଠାକୁର ଜିଲ୍ଲା ଯୁବ ଅଧିକାରୀ, ନୂଆପଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଥିବା ଲୋକଙ୍କୁ ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ କ୍ଲବ, ମହିଳା ମଣ୍ଡଳ, ସ୍କୁଲ, କଲେଜ,କଳାହାଣ୍ଡି ୟୁନିଭେର୍ସିଟି,ଏନସିସି, ଏନଏସଏସ ର ପ୍ରାୟ 800 ସହ ସଦସ୍ୟ ମାନେ ଯୋଗଦାନ କରିଥିଲେ l ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, କ୍ଲବ, 5 ଟୀ କ୍ଲବ କୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା l ସେହିପରି ଧର୍ମଗଡ଼ ବ୍ଲକ ର କାଁକେରି ଗାଁ ରେ ଥିବା ମା ଡ଼ୁମେର ମୁଡେନ ଯୁବକ ସଙ୍ଘ କୁ ଜିଲ୍ଲା ର ଶ୍ରେଷ୍ଠ କ୍ଲବ ଭାବରେ ଟ୍ରଫି, ସେର୍ଟିଫିକେଟ, ଚେକ ସହ ପଚିଶ ହଜାର ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ l ଶେଷରେ ଶ୍ରୀରବି କାନୁନଗୋ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଲବ ରୁ ଆସିଥିବା ସ୍ବେଛାସେବୀ, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ସ୍ବେଛାସେଵି, ଏନସିସି, ଏନଏସଏସ ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

ଅସରାଏ ବର୍ଷା ରାସ୍ତା ରେ ଜମିଲା ଆଣ୍ଠୁଏ ପାଣି

Sunil Chandra Nayak

କଣ୍ଟାବାଞ୍ଜି ସହରରେ ଡ୍ରେନ୍ ମାନଙ୍କରେ ଭର୍ତ୍ତି ହୋଇଛି ଆବର୍ଜନା 

masiha

Leave a Comment

error: Content is protected !!