ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ନବରଙ୍ଗପୁର, ୧୧/୦୨(ମସିହା) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଭରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ଶ୍ରୀମତୀ ପ୍ରଣତୀ ସାହାଙ୍କ ନିର୍ଦ୍ଧେଶ କ୍ରମେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଟିତ ହୋଇଯାଇଛି। ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନରାନୀ ମିଶ୍ର ୧୨ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି । ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୪,୩୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ୪ଟି ବ୍ୟ।ଙ୍କ ଋଣ ଦେୟ ସମ୍ବଦ୍ଧିୟ ବିବାଦ ର ଫଇସଲା କରି ଟ.୭,୩୯,୨୪୦/- ଟଙ୍କା ରୁଣ ଆଦାୟ କରିଛନ୍ତି ଓ ୨ଟି ଦେବାନି ମକଦ୍ଦମା ସମାଧାନ କରି ଟ.୫,୬୦,୦୦୦/- ଟଙ୍କା ଆଦାୟ କରିଛନ୍ତି । ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ପ୍ରମୁଖ ଗୋଟିଏ ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି। ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଆର୍ଯ୍ୟବାଲା ତ୍ରିପାଠୀ ୫୪ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୧୩୪ ଗୋଟି କୋର୍ଟ କେସ ଓ ୩୮୯୧ଗୋଟି ରାଜସ୍ୱ କେସ ର ଫଇସଲା କରାଯାଇଛି ଓ ବ୍ୟାଙ୍କର ୩୦ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୨,୭୩,୭୬୦/- ରୁଣ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜର୍ଜ (Adhoc) ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

ବାଲୁକା କଳା ରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

masiha

ପାଚିକା ଓ ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିରେ ବିଶାଳ ଶୋଭାଯାତ୍ରା

masiha

Leave a Comment

error: Content is protected !!