ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜକୋଟ୍ ର ଅହମଦାବାଦ ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦୁଇଦିନ ପରେ ଜନ୍ମମାଟିକୁ ପହଞ୍ଚିଲା ମୃତ ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀର

ଗାଁ ରେ ଦେଖାଦେଇଛି ଶୋକର ଛାୟା 

ରୁପ୍ରା, ୧୨/୨(ମନିସ) : ନିଜ ଅଞ୍ଚଳରେ କୌଣସି କାମଧନ୍ଦା ମିଲୁ ନଥିବା ସମୟରେ ଅଞ୍ଚଳର ଶ୍ରମିକ ମାନେ ଦାଦନ ଭାବରେ ଅନ୍ୟ ରାଜ୍ୟ ମାନଙ୍କୁ କାମ କରିବାକୁ ଯାଇ ଶବ ହୋଇ ଭିଟାମାଟିକୁ ଫେରୁଥିବା ବେଳେ ଅନେକ ଶ୍ରମିକଙ୍କ ଶବ ଗାଁକୁ ମଧ୍ୟ ଆସିପାରୁ ନାହିଁ। ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ ଥୁଆପଦର ଗ୍ରାମର ପୁରୁନ୍ଦର ଧରୁଆ ଓ ଛାୟାବତୀ ଧରୁଆଙ୍କ ବଡପୁଅ ହେଉଛନ୍ତି ଚନ୍ଦ୍ରଶେଖର ଧରୁଆ ୪୫ବର୍ଷ ବୟସ, ଦାଦନ ଶ୍ରମିକ ଭାବରେ ଗୁଜୁରାଟର ଅହମଦାବାଦକୁ ମାସକ ତଳେ ଯାଇଥିଲେ। ଚନ୍ଦ୍ରଶେଖର ତାଙ୍କ ଗ୍ରାମର ପ୍ରାୟ ୧୩ଜଣ ସାଙ୍ଗଙ୍କ ସମେତ ନର୍ଲା, ସିନାଙ୍ଗ ଓ ଡମପଦର ଗ୍ରାମର ଲୋକଙ୍କ ସହ ମିଶି ଯାଇଥିଲେ। ସେଠାରେ ଏକ କୋଠା ନିର୍ମାଣ ପାଇଁ ଶ୍ରମିକ ଭାବରେ କାମ କରୁଥିବା ବେଳେ ଗୁରୁବାର ଦିନ କୋଠା ଉପରକୁ ଲୁହାରଡ୍ ଚଢାଉଥିଲେ। ଏହି ସମୟରେ ଏକ ଲୁହାରଡ୍ ଉପରୁ ଖସିପଡି ଚନ୍ଦ୍ରଶେଖରଙ୍କ କପାଳରେ ବାଜି ଭିତରକୁ ପଶି ଯାଇଥିବା ବେଳେ ସାଙ୍ଗରେ କାମ କରୁଥିବା ଲୋକେ ସଙ୍ଗେ ସଙ୍ଗେ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ମାତ୍ର ଚିକିତ୍ସାଧିନ ଅବସ୍ଥାରେ କିଛି ସମୟ ପରେ ଚନ୍ଦ୍ରଶେଖରଙ୍କ ଦେହାନ୍ତ ହୋଇଥିବା ବାବଦରେ ତାଙ୍କ ଘରକୁ ସୂଚନା ଦେଇଥିଲେ । ଏହି ଖବର ଜଣାପଡିବା ପରେ ପରିବାର ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ଚନ୍ଦ୍ରଶେଖରଙ୍କ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଭିଟାମାଟିକୁ ପଠାଇବାର ବ୍ୟବସ୍ଥା କରିଥିଲେ, ମୃତ ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀର ଧରି ସେଠାରେ ଥିବା ଥୁଆପଦର ଗ୍ରାମର ଲୋକନାଥ କୁମୁରା, ମୁନିନ୍ଦ୍ର ପାତ୍ର, ଫିରୋଜ ଧରୁଆ ଓ ସୁଶାନ୍ତ ମାଝୀ ଶନିବାର ଅପରାହ୍ନରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ଦେଖା ଦେଇଥିଲା ।ସୂଚନା ଥାଉକି ଏହି ପରିବାରର ଘରର ରୋଜଗାରକ୍ଷମ ବ୍ଯକ୍ତିଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି। ପରିବାର ବର୍ଗଙ୍କ ସୂଚନା ମୁତାବକ ଦୁଇ ପୁଅ ଝିଅଙ୍କୁ ପାଠ ପଢେଇବା ପାଇଁ ଅଧିକ ଅର୍ଥ ଉପାର୍ଜନ କରିବାକୁ ସେ ଯାଇଥିବା ବେଳେ ବର୍ତ୍ତମାନ ଶବ ହୋଇ ଫେରିଛନ୍ତି। ଘରେ ତାଙ୍କର ବାପା ଓ ମା’ଙ୍କ ସମେତ ପତ୍ନୀ କ୍ଷୀତିସୂତା, ବଡଝିଅ ଲିପସା ଓ ଏକମାତ୍ର ପୁଅ ଅଶୋକଙ୍କୁ ତାଙ୍କ ପଛରେ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି। ନିଜ ଜମିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ଅଶୋକ ମୁଖାଗ୍ନି ଦେଇଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଯୋରନ୍ଦା ମହିମା ମହାବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି ହେଲେ ଯୁକ୍ତ ଦୁଇ କଳା ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଯୁଗ୍ମ ଟପ୍ପର

Sunil Chandra Nayak

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

Sunil Chandra Nayak

Leave a Comment

error: Content is protected !!