ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଳେରଗୁଡା ଠାରେ ମାଁ ବସ୍ତରେନ ମାଉଲି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

କୋକସରା,୧୨/୦୨ ପ୍ରାଚୀନ କାଳରୁ କଳାହାଣ୍ଡି ଜିଲ୍ଲାର ଆଦିବାସୀ ସଂସ୍କୃତି, ପରମ୍ପରା ଓ ଦେବାଦେବୀଙ୍କ ସାତ୍ଵିକ ଆରାଧନା ପାଇଁ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ l ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ଦେବାଦେବୀ ପ୍ରାଚୀନ ପରମ୍ପରା ଅନୁକ୍ରମେ ଆଦିବାସୀ ବହୁଳ ଅଞ୍ଚଳରେ ଦେବାଦେବୀଙ୍କ ଯ୍ରାତା, ପର୍ବ ଅନୁଷ୍ଠିତ ହୋଇ ଆସୁଛି l ତେବେ ବିଭିନ୍ନ ଦେବାଦେବୀଙ୍କ ଯାତ୍ରା ଭିନ୍ନ ଭିନ୍ନ ଆକାରରେ ପାଳିତ ହୋଇଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡାଗୁଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁଳେରଗୁଡା ଠାରେ ଆରାଧ୍ୟ ଦେବୀ ମାଁ ବସ୍ତରେନ ମାଉଁଲୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଯାତ୍ରା ମାଘ ପୂର୍ଣ୍ଣିମାର ପରବର୍ତ୍ତୀ ଗୁରୁବାର ଦିନ କେଉଁ ଆବହମାନ କାଳରୁ ଆଦିବାସୀ ପରମ୍ପରାରେ ପାଳିତ ହୋଇଆସୁଛି l ଏହି ଯାତ୍ରାରେ ଗୋତୋମୁଣ୍ଡା , ଡେଙ୍ଗାଗୁଡା, ସାନପୋଡାଗୁଡା , ଖଳିଗଡ , ନେଗୀଗୁଡା ସମେତ ବିଭିନ୍ନ ଗ୍ରାମର ନିମନ୍ତ୍ରୀତ ଦେବାଦେବୀ ମାନଙ୍କ ଲାଠି, କାଲିସୀ ସାମିଲ ହେବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ l ପ୍ରଥମେ ପାରମ୍ପରିକ ନୀତି ଅନୁସାରେ ପୂଜା କାର୍ଯ୍ୟ ହୋଇ ମନ୍ଦିର ବେଢ଼ାକୁ ଦେବାଦେବୀଙ୍କ ଲାଠି କାଲିସୀ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ l ଏହି ସମୟ ମଧ୍ୟରେ ଭକ୍ତ ମାନେ ଦେବାଦେବୀଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରି ନିଜ ତଥା ନିଜ ପରିବାର ମଙ୍ଗଳ କାମନା କରିଥିଲେ l ପରେ ଦେବାଦେବୀଙ୍କ ଲାଠି, କାଲିସୀ ମନ୍ଦିର ନିକଟରେ ଥିବା କଣ୍ଟା ଦୋଲିରେ ଝୁଲିଥିଲେ l ଦେବୀ ମାଁ ବସ୍ତେରେନ ମାଉଁଲୀଙ୍କ ସହିତ ପାର୍ଶ୍ଵ ଦେବାଦେବୀ ଭିମା, ପୁଝାରୀବୁଡା, ଜାନୀଡୁମା ଆଦି ଦେବାଦେବୀଙ୍କ ନିକଟରେ ମାନସିକ ଧାରୀ ଭକ୍ତ ମାନେ ଶୁକ୍ଳ ଭୋଗ ସହିତ ରକ୍ତ ଭୋଗ ବଳି ଦେଇଥିଲେ l ଏହି ମାଘ ମଣ୍ଡେଇ ଯାତ୍ରା ପାଳନ କଲେ ଅଞ୍ଚଳର ଲୋକେ ସୁଖରେ ଜୀବନ ଯାପନ କରନ୍ତି ବୋଲି ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି l ଦେବୀଙ୍କ ମୁଖ୍ୟ ପୁଝାରୀ ଅମର ସିଂ ପୁଝାରୀ , କ୍ଷିରସିନ୍ଦୁ ପୁଝାରୀ ଶିରା ପଦ୍ମଲୋଚନ ପୋଟା , ପଦୁ ଲଦୁଆ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ l ପୂଜା କାର୍ଯ୍ୟ ପରିଚାଳନାରେ ଗ୍ରାମର ଡମ୍ବରୁଧର ଚୈଧୁରୀ, ବିନୋଦ ବଣିଆ , ହେମନ୍ତ ମାଝୀ , ଧନୁର୍ଜୟ ବାଗ , ଶିବରାମ ନାଏକ , ଇନ୍ଦ୍ରଜିତ ନାଏକ, ତ୍ରିଲୋଚନ ବାଗ, କାମଦେବ ନାଏକ , କ୍ଷେତିରାମ ଲଦୁଆ, ସଦାନନ୍ଦ ବାଗ, ଚିତ୍ତରଞ୍ଜନ ନାଏକ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

SNANA YATRA AND RATH YATRA OF LORD JAGANNATH: RITUAL, THEOLOGY AND CULTURAL SIGNIFICANCE IN THE JAGANNATH TRADITION OF ODISHA.

ମା ବୃନ୍ଦାବତୀଙ୍କ ନିକଟରେ ଆକାଶ ଦୀପ ଉଠା ହେଉଛି

masiha

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ 

Leave a Comment

error: Content is protected !!