ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୟୱାଡାରୁ ଫେରିଲା ଦାଦନ ଶ୍ରମିକଙ୍କ ଶବ, ଗାଁରେ ଶୋକାକୁଳ ପରିବେଶ

କୋକସରା,୧୩/୦୨- ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ରବିବାର ତାର ଶବ ଗାଁକୁ ଫେରିଛି। ସୁଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ସାନ ପୋଡ଼ାଗୁଡା ପଞ୍ଚାୟତ କଲୋନିପଡାର କୃତିକ ମାଝୀ(୩୫) ଗତ ବର୍ଷ ଅକ୍ଟୋବର ମାସରେ ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଦାଦନ ସର୍ଦ୍ଦାରର ପ୍ରଲୋଭନରେ ପଡି ବିଜୟୱାଡା ନିକଟରେ ଥିବା ମଲ୍ଲାବରମର ଏକ ଇଟାଭାଟିରେ ଶ୍ରମିକ ଭାବେ କାମରେ ନିୟୋଜିତ ରହିଥିଲା। ତେବେ ଶନିବାର ମଧ୍ୟାହ୍ନରେ ହଠାତ ତାର ସ୍ୱାସ୍ଥ୍ୟ ବିଗିଡିବାରୁ ବିଜୟୱାଡାର ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପରେ ସାଙ୍ଗରେ ଥିବା ମୃତକ ଙ୍କ ସାନ ଭାଇ ରାଜ ମାଝୀ ଏକ ଆମ୍ବୁଲାନ୍ସ ରେ ଭାଇ ର ଶବ ଓ ଭାଉଜ ଦୁଇ ପୁତୁରା ଙ୍କୁ ନେଇ ରବିବାର ସକାଳେ ଗାଁ ଭିଟାମାଟି କୁ ପହଞ୍ଚି ଥିବା ବେଳେ ସାନ ଭାଇ ର ପରିବାର କୁ ଇଟାଭାଟି ମାଲିକ ବନ୍ଧକ ରଖିଥିବା ମଧ୍ୟ ସୂଚନା ମିଲିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖାଦେଇଛି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିକୁ ହରାଇ ପରିବାର ଭାଙ୍ଗି ପଡିଥିବା ବେଳେ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

ଫକୀର ମୋହନ ମାର୍କେଟ କମିଟିର ଫକୀର ମୋହନ ଜୟନ୍ତୀ ପାଳନ 

masiha

ଏବିଭିପି ଧର୍ମଗଡ଼ ତରଫରୁ ଝାନ୍ସୀ ରାଣୀ ଲଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!