ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ, ପୋଲିସର ତଦନ୍ତ ଜାରି

କୋକସରା,୧୩/୦୨// ଟ୍ରାକ୍ଟର ପଛପଟୁ ଟ୍ରଲିରୁ ପଡି ଶନିବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଟ୍ରାକ୍ଟରରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଖବର ପାଇ କୋକସରା ପୁଲିସ ଗତକାଲି ରାତିରେ ପହଞ୍ଚି ଶବ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ଓ ମହିନ୍ଦ୍ରା ଟ୍ରାକ୍ଟର OD 08 D 1611 କୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ମୃତ ଶ୍ରମିକ ହେଲେ ଲଡୁଗାଁ ପଞ୍ଚାୟତ ମୁଣ୍ଡରାବାହିଲି ଗ୍ରାମର ଦୈତାରି ହଂସ(୩୨) ବୋଳି ଜଣାପଡିଛି। ସେମାନେ ଶନିବାର ରାତିରେ ଡାଲଗୁମା ଗ୍ରାମରୁ ମୁଣ୍ଡରା ବାହେଲି ଗାଁକୁ ଫେରୁଥିବା ସମୟରେ ଟ୍ରାକ୍ଟରରୁ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି। ପୋଲିସ ଥାନା କେଶ ନମ୍ବର ୪୯/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ଏସ ଆଇ ହେମନ୍ତ କୁମାର ପାତ୍ର ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଜାତୀୟ ଖାଉଟି ଦିବସ ପାଳିତ

Sunil Chandra Nayak

କାମୃଗୁରୁ’ଙ୍କ ସ୍ମୃତୀ ଦିବସ ଅବସର ରେ ମାନସିକ ସ୍ବାସ୍ଥ୍ୟ ଶିକ୍ଷା ନେଇ ବୈଠକ ଅନୁଷ୍ଠିତ

Sunil Chandra Nayak

ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Leave a Comment

error: Content is protected !!