ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା, ମୋ ସ୍କୁଲ ଅଭିଯାନରେ 1ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା

 ବିଦ୍ୟାଳୟ ଛାଡିଲା ପରେ ଛାତ୍ରଛାତ୍ରୀ ମାନେ ଭୁଲି ଯାଆନ୍ତି ସ୍କୁଲକୁ ଆଉ ସେଇ ସମୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ! କିନ୍ତୁ ଏଠାରେ ଚିତ୍ର ସମ୍ପୂର୍ଣ୍ଣ ନିଆରା ! ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର ସ୍ଥିତ ହାଜି ସେକ ସମ୍ମିରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ର 1980 ଶିକ୍ଷାବର୍ଷର ବିଦ୍ୟାର୍ଥୀମାନେ ଉକ୍ତ ବିଦ୍ୟାଳୟର ସ୍ଥାପନ କର୍ତ୍ତା ତଥା ପ୍ରଥମ ପ୍ରଧାନ ଶିକ୍ଷକ ମହମ୍ମଦ ନସିମୁଦ୍ଦିନ, ବଟକୃଷ୍ଣ ସେଠୀ, ତ୍ରିଲୋଚନ ବାରିକ, ଉପେନ୍ଦ୍ର ପ୍ରସାଦ ସିଂହ, ସେକ ସରଫରୋଜ ଅଲ୍ଲୀ, ସେକ ଇନାୟତ ଅଲ୍ଲୀ,ସେକ ଆଜମ୍ ମହମ୍ମଦ ଓ ମୁନୁ ସାର ଙ୍କ ସମେତ ସେଇ ସମୟର ଶିକ୍ଷକ ମାନଙ୍କୁ ଡକାଇ ସମ୍ବର୍ଦ୍ଧିତ କରିଥିଲେ !

ଏହି କାର୍ଯ୍ୟକ୍ରମ ପୁରାତନ ଛାତ୍ର ଙ୍କ ବନ୍ଧୁମିଳନ ସହିତ ମୋ ସ୍କୁଲ ଅଭିଯାନର କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରାଇବାକୁ ଆୟୋଜିତ କରାଯାଇଥିଲା ! ଆୟୋଜକ ଥିଲେ ମାଇନୋରିଟି ୱେଲଫେୟାର ସୋସାଇଟି ( ଜେ. କେ. ସି.) ! ସେକ ସନୱାର ଅଲ୍ଲୀ,ସେକ ତୟାବ ଅଲ୍ଲୀ,ମହମ୍ମଦ ଅଫଜଲ ପରବେଜ,ସେକ ସଲାହ ଉଦ୍ଦିନ,ସେକ ଅଲ୍ଲାହ ଉଦ୍ଦିନ,ମହମ୍ମଦ ହୋସେନ , ମହମ୍ମଦ ସାକିର ଅଲ୍ଲୀ,ସେକ ଆବାସ ଉଦ୍ଦିନ ଆଦି ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ନେଇଥିବା ବେଳେ, ସ୍କୁଲର ବର୍ତ୍ତମାନର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସେଠୀ, ସହକାରୀ ଶିକ୍ଷୟିତ୍ରୀ ଅନସୂୟା ସାହୁ, ସୁଶ୍ରୀ ପ୍ରିୟଦର୍ଶିନୀ, ପ୍ରଭାତ କୁମାର ଦାସ, ତାପସ ଷଢଙ୍ଗୀ, ଅନିତା ସାହୁ,ମିର ମହଫଜ ଅଲ୍ଲୀ, ଆତସୀ ସେଠୀ, ସଲମାନ କାଇସର, ସେକ ବସରତ ଅଲ୍ଲୀ, ଜିନ୍ନତ ଆରା ବେଗମ ସେକ ଅଵାସୁଦ୍ଦିନ, ରାଜେଶ ସାହୁ, ପ୍ରବୋଧିନି ଦାଶ,ଏବଂ ବାଦଲ କୁମାର ବେହେରା ପୂର୍ଣ୍ଣ ସହଯୋଗ କରିଥିଲେ !ପୁରାତନ ଛାତ୍ର ତଥା ମାଇନୋରିଟି ୱେଲଫେୟାର ସୋସାଇଟି ର ଚେୟାରମ୍ୟାନ ସେକ ସନୱାର ଅଲ୍ଲୀ ମୋ ସ୍କୁଲ ଅଭିଯାନ ର କାର୍ଯ୍ୟାଧାରା ପାଇଁ 1 ଲକ୍ଷ ଟଙ୍କା ତୁରନ୍ତ ଦିଆଯିବ ବୋଲି ଘୋଷଣା କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

Sunil Chandra Nayak

ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!