ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ଜାତୀୟ ପତାକା

ଲୋକାର୍ପଣ କଲେ ରାଜ୍ୟପାଳ

ପୁରୀ ପ୍ରବେଶ ପଥ ବୀର ହରେକୃଷ୍ଣ ପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା । ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଆଜି ୧୦୮ ଫୁଟ ଉଚ୍ଚରେ ଉଡୁଥିବା ଏହି ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ବୀର ହରେକୃଷ୍ଣପୁର ଛକ ନିକଟରେ ଏହି ପତାକା ଲଗାଯାଇଛି।ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦଙ୍କ ସହ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀ ମାନେ ଏହି ଅବସରରେ ଯୋଗ ଦେଇଥିଲେ ।

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ତରଫରୁ ଏପର୍ଯ୍ୟନ୍ତ ୧୦୬ଟି ସ୍ଥାନରେ ଏହି ସ୍ମାରକୀ ଜାତୀୟ ପତାକା ସ୍ଥାପନ କରାଯାଇଛି। ପୂର୍ବରୁ ବଡ଼ବିଲ, ସୁନ୍ଦରଗଡ଼ର ବଣେଇ, ଭୁବନେଶ୍ୱର କିସ ପରିସରରେ ଏହି ସ୍ମାରକୀ ସ୍ଥାପନ କରାଯାଇଛି । ତେବେ ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ୩୬ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଏହି ପତାକାକୁ ସ୍ଥାପନ କରାଯାଇଛି । ପ୍ରାୟ ଦେଢ଼ ଟନ ଓଜନର ସ୍ତମ୍ଭ ଉପରେ ଉଡୁଛି ଦେଶର ସ୍ୱାଭିମାନର ପ୍ରତୀକ ଏହି ଜାତୀୟ ପତାକା । ଏହି ଜାତୀୟ ପତାକା ୨୫୦ କିମି ବେଗର ପବନକୁ ମଧ୍ୟ ସାମ୍ନା କରିପାରିବ ଏହି ପତାକା ।ଏହି ଅବସରରେ ନବୀନ ଜିନ୍ଦଲ କହିଛନ୍ତି ଯେ, ଜାତି,ଧର୍ମ,ବର୍ଣ୍ଣ,ଦଳ ନିର୍ବିଶେଷରେ ସମସ୍ତଙ୍କୁ ଦେଶ ଓ ଦେଶ ସ୍ୱାଭିମାନର ପ୍ରତୀକ ଏଇ ଜାତୀୟ ପତାକାର ସମ୍ମାନ ପାଇଁ କାର୍ଯ୍ୟ କରିବା ଉଚିତ । ଅନ୍ୟପଟରେ ସତ୍ୟକୁ ହଇରାଣ କରାଯାଇପାରେ ମାତ୍ର ପରାଜିତ କରାଯାଇ ପାରେ ନାହିଁ ବୋଲି କହିବା ସହ ମନରେ ଦେଶ ପ୍ରେମ ଥିଲେ ସମ୍ମାନ,ସ୍ୱାଭିମାନ ଓ ମାତୃଭୂମି ଗର୍ବକୁ ନେଇ ମୁଣ୍ଡ ଉଠେଇ ଜିଇଁ ହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଟାଟା କମ୍ପାନୀରେ ଦୁର୍ଘଟଣାର ରହସ୍ୟ କେବେ ଖୋଲିବ?

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପୋଷ ଅଧିନିୟମ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଅକ୍ଷୟ ତୃତୀୟାରେ ମହିସ୍କୁଦର ଗାଁ ରେ ଶତାଧିକ ଚାଷୀଙ୍କୁ ନେଇ ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ

Sunil Chandra Nayak

Leave a Comment

error: Content is protected !!