ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ରେ ଯୁବକ ମାନଙ୍କୁ ନେଇ ବଜରଙ୍ଗ ଦଳ ର ଗଠନ କରାଯାଇଛି | ସମସ୍ତ ଙ୍କ ସହମତି ରେ ଦଳର ସଭାପତି ଭାବରେ ଉଦୀୟମାନ ଯୁବକ ଦେବାଶିଷ ରଥ ଉପସଭାପତି ଆକାଶ ଜଗତ,ସମ୍ପାଦକ ହର୍ଶିଟ୍ ସାହୁ, ସହସମ୍ପାଦକ ଶ୍ରିମନ୍ତ ରଥ, କୋଷାଧ୍ୟକ୍ଷ ଶୁଭମ୍ ମାଝୀ ,ଉପ କୋଷଧ୍ୟକ୍ଷ ଭିକି ଦଣ୍ଡସେନା ମିଡ଼ିଆ ସଂଯୋଜକ ନିଖିଲ ଅଗ୍ରୱାଲ, ଲିଙ୍ଗରାଜ ଗଣ୍ଡା,ଓମ୍ ମାଝୀ ଙ୍କୁ ଚୟନ କରିବା ସହ ଦଳ ର ଉପଦେଷ୍ଟା ଭାବରେ କୁନା ଜାଲି , ଲଳିତ ପୂଜାରୀ, ସଂଗ୍ରାମ ଦାସ, ଲିଙ୍ଗରାଜ ଚୌହାନ,ଡମ୍ବରୁ ନିଆଲ,ପୌରଷ ମାଝୀ,ରାକେଶ ପୂଜାରୀ,ଅକ୍ଷୟ ଚୌହାନ,ପବିତ୍ର ଚୌହାନ ,ଚନ୍ଦନ ସାହୁ। ଚନ୍ଦନ ଜଗତ,ଆଦିଙ୍କୁ ମନୋନୀତ କରାଯାଇଥିଲା । ଦଳ ର ମୁଖ୍ୟ ଲକ୍ଷ୍ୟ ଲୋକ ଙ୍କ ସେବା, ସନାତନ ଧର୍ମ ର ପ୍ରଚାର, ଗରିବ ଲୋକ ଙ୍କୁ ଅନୁଦାନ, ଧାର୍ମିକ କାର୍ଯ୍ୟ ରେ ଯୋଗଦାନ ବିଭିନ୍ନ ସାମାଜିକ କାର୍ଯ୍ୟ ରେ ଯୋଗଦାନ ବୋଲି ସଭାପତି ଦେବାଶିଷ ରଥ ସୂଚନା ଦେଇଛନ୍ତି | ଏଥିସହ ସଂଗଠନ କୁ ବହୁ ଲୋକଙ୍କ ସହଯୋଗ ସହ ଆର୍ଥିକ ସହଯୋଗ ମଧ୍ୟ କାମନା କରିଛନ୍ତି। ଏହି ସଂଗଠନ କୁ ଜିଲ୍ଲା ସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତର ସହ ସଂଯୋଗ କରି ଭଲ କାମ ରେ ନିୟୋଜିତ କରିବାକୁ ପ୍ରୟାସ କରାଯିବ ବୋଲି ଯୁବକ ମାନେ ପ୍ରକାଶ କରିଛନ୍ତି l

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

ନର୍ଲା : ବିଜେପିର ନିର୍ବାଚନ ପ୍ରସ୍ତୁତି 

masiha

Leave a Comment

error: Content is protected !!