ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ରେ ଯୁବକ ମାନଙ୍କୁ ନେଇ ବଜରଙ୍ଗ ଦଳ ର ଗଠନ କରାଯାଇଛି | ସମସ୍ତ ଙ୍କ ସହମତି ରେ ଦଳର ସଭାପତି ଭାବରେ ଉଦୀୟମାନ ଯୁବକ ଦେବାଶିଷ ରଥ ଉପସଭାପତି ଆକାଶ ଜଗତ,ସମ୍ପାଦକ ହର୍ଶିଟ୍ ସାହୁ, ସହସମ୍ପାଦକ ଶ୍ରିମନ୍ତ ରଥ, କୋଷାଧ୍ୟକ୍ଷ ଶୁଭମ୍ ମାଝୀ ,ଉପ କୋଷଧ୍ୟକ୍ଷ ଭିକି ଦଣ୍ଡସେନା ମିଡ଼ିଆ ସଂଯୋଜକ ନିଖିଲ ଅଗ୍ରୱାଲ, ଲିଙ୍ଗରାଜ ଗଣ୍ଡା,ଓମ୍ ମାଝୀ ଙ୍କୁ ଚୟନ କରିବା ସହ ଦଳ ର ଉପଦେଷ୍ଟା ଭାବରେ କୁନା ଜାଲି , ଲଳିତ ପୂଜାରୀ, ସଂଗ୍ରାମ ଦାସ, ଲିଙ୍ଗରାଜ ଚୌହାନ,ଡମ୍ବରୁ ନିଆଲ,ପୌରଷ ମାଝୀ,ରାକେଶ ପୂଜାରୀ,ଅକ୍ଷୟ ଚୌହାନ,ପବିତ୍ର ଚୌହାନ ,ଚନ୍ଦନ ସାହୁ। ଚନ୍ଦନ ଜଗତ,ଆଦିଙ୍କୁ ମନୋନୀତ କରାଯାଇଥିଲା । ଦଳ ର ମୁଖ୍ୟ ଲକ୍ଷ୍ୟ ଲୋକ ଙ୍କ ସେବା, ସନାତନ ଧର୍ମ ର ପ୍ରଚାର, ଗରିବ ଲୋକ ଙ୍କୁ ଅନୁଦାନ, ଧାର୍ମିକ କାର୍ଯ୍ୟ ରେ ଯୋଗଦାନ ବିଭିନ୍ନ ସାମାଜିକ କାର୍ଯ୍ୟ ରେ ଯୋଗଦାନ ବୋଲି ସଭାପତି ଦେବାଶିଷ ରଥ ସୂଚନା ଦେଇଛନ୍ତି | ଏଥିସହ ସଂଗଠନ କୁ ବହୁ ଲୋକଙ୍କ ସହଯୋଗ ସହ ଆର୍ଥିକ ସହଯୋଗ ମଧ୍ୟ କାମନା କରିଛନ୍ତି। ଏହି ସଂଗଠନ କୁ ଜିଲ୍ଲା ସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତର ସହ ସଂଯୋଗ କରି ଭଲ କାମ ରେ ନିୟୋଜିତ କରିବାକୁ ପ୍ରୟାସ କରାଯିବ ବୋଲି ଯୁବକ ମାନେ ପ୍ରକାଶ କରିଛନ୍ତି l

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସଚେତନ ନାଗରିକ ମଞ୍ଚ ର ଦିଲ୍ଲିପ ଙ୍କ ପାଇଁ ମାରାଥନ ପ୍ରଚାର 

masiha

ଓଡ଼ିଶା ଆସିଲେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ

masiha

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!