ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଶୌଚାଳୟ ବ୍ୟବହାର ପାଇଁ ଦେବାକୁ ପଡିବ ନାହିଁ ଟଙ୍କା, ମାଗଣା ହେଲା ଶୌଚାଳୟ ସେବା

ପବ୍ଲିକ ଟଏଲେଟ୍‌ରେ ଝାଡ଼ା, ପରିସ୍ରା ମାଗଣା….

ଏଣିକି ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟ ପାଇଁ ଦେବାକୁ ପଡିବ ନାହିଁ ଟଙ୍କା । ଆଗକୁ ମାଗଣାରେ ଶୌଚାଳୟଗୁଡ଼ିକୁ ବ୍ୟବହାର ହେବ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର ଏବଂ ମ୍ୟୁନିସପାଲଟି, ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସ୍ଥାନରେ ପବ୍ଲିକ ଟଏଲେଟ୍‌ରେ ପରିସ୍ରା/ଗାଧେଇବା ପାଇଁ ୫ଟଙ୍କା ଲେଖାଏ ଆଦାୟ ହେଉଥିବାବେଳେ କେତେକ ସ୍ଥାନରେ ଏହା ମାଗଣା ଅଛି। ହେଲେ ଝାଡ଼ା ଯିବା ପାଇଁ ୧୦ଟଙ୍କା ଲେଖାଏ ଆଦାୟ କରାଯାଉଥିଲା। ଯାହା ଏବେ ସଂପୂର୍ଣ୍ଣ ମାଗଣା ହୋଇଯାଇଛି।

ରାଜ୍ୟର ସମସ୍ତ ପବ୍ଲିକ ଓ କମ୍ୟୁନିଟି ଟଏଲେଟଗୁଡ଼ିକ ସମ୍ମୁଖରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଡିସପ୍ଲେ ବୋର୍ଡ ଅବା କାନ୍ଥଲେଖା ରହିବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋଚିତ୍ର ସହ ‘ମାଗଣା ଶୌଚାଳୟ ଉପଯୋଗ ’ ଲେଖିବା ନିମନ୍ତେ ରାଜ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ଆଉ ଶୌଚାଳୟ ପରିଚାଳନା ଓ ଡିସପ୍ଲେ ବୋର୍ଡ ଏବାବଦ ଅର୍ଥ ସ୍ୱଚ୍ଛ ଭାରତ ମିଶନ(ସହରାଂଚଳ) ପାଣ୍ଠିରୁ ଭରଣା କରାଯିବ ।

ରାଜ୍ୟର ଗୁଡ଼ିକରେ ଥିବା ଶୌଚାଳୟ ଉପଯୋଗ ନିମନ୍ତେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଯଦି କେହି ଶୌଚାଳୟ ଉପଯୋଗ ପାଇଁ ୟୁଜର୍ସ ଫି ଦାବି କରୁଛନ୍ତି, ତା’ହେଲେ ନଗର ଉନ୍ନୟନ ବିଭାଗର ‘ମୋ ସହର ସରକାର’ ହେଲପଲାଇନ ନମ୍ବର-୦୬୭୪ ୨୩୯୧୩୯୫ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ଶୈାଚାଳୟର ରକ୍ଷଣାବେକ୍ଷଣ ବାବଦକୁ ୟୁଜର୍ସ ଫି’ ଛାଡ଼ ହେବା ପରେ ଏ ବାବଦକୁ ଯାହା ଅର୍ଥ ଖର୍ଚ୍ଚ ହେବ ତାହା ସ୍ବଚ୍ଛ ଭାରତ ମିସନ୍ (ସହରାଞ୍ଚଳ) ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

ଦେଶରେ ଗ୍ୟାସ୍ ଓ ପେଟ୍ରୋଲ୍ ସଂକଟ? ସରକାର କହୁଛି ‘ନାହିଁ’, ଲୋକେ କହୁଛନ୍ତି ‘ହଁ’! 

Sunil Chandra Nayak

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

Leave a Comment

error: Content is protected !!