ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡି ଲାୟନ ତରଫରୁ ରକ୍ତଦାନ ଶିବିର ଓ କଳାଦିବସ ପାଳିତ

ରାଉରକେଲା/ ମହିଳା ସଂଗଠନ ଲେଡି ଲାୟନ ତରଫରୁ କଳାଦିବସ ଓ ରକ୍ତଦାନ ଶିବିର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋ ଙ୍କ ସଭାପତିତ୍ବ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି,ଝିରପାଣି ସରପଞ୍ଚ ଅଜିତ ତିର୍କୀ, ସମିତି ସଭ୍ୟା ପ୍ରତିମା ପାତ୍ର, ସମାଜସେବୀ ପ୍ରେମା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗତ ୪ ବର୍ଷତଳେ ଫୁଲୱାମା ଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାଇଁ କଳାଦିବସ ପାଳନ ସହ ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ୱାରିଅରର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ସ୍ନେହଲତା ପାତ୍ର ସହିଦ ଙ୍କ ଉଦ୍ଦେଶ୍ୟରେ ଦେଶଭକ୍ତି ସଂଗୀତ ଗାନ କରିଥିବା ବେଳେ ପରଭେଜ ଅରୋରା, ବେଣୁଧର କୁମ୍ଭାର,ଅରୁଣ ମାହତୋ, ରଜତ ନାୟକ ପ୍ରମୁଖ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶ୍ରୀକାନ୍ତ ସୁନା, ଜ୍ୟୋତି ତନ୍ତୀ, ସସ୍ମିତା ପୁରନ, ଆକାଶ ପୁରନ, ଭାରତ, ମନୀଷ, ନିତାଞ୍ଜଳୀ ପରିଡା, ଚିଲିକା ସାହୁ, ଶର୍ମିଲା ରାଜଗୁରୁ, ଆରତୀ କାନୋଜିଆ, ମିତାଲି ମଣ୍ଡଳ, ଲକ୍ଷ୍ମୀ ସାହୁ, ଫୁଲମଣି ସମାଦ, ରୀତା ସାମଲ, କାର୍ମିଲା ମାହାତୋ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ କୃଷି ଆତ୍ମାର ଅଧ୍ୟକ୍ଷ 

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!