ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩, ଷ୍ଟାର୍ଟଅପ୍ ଓ ଏମଏସଏମଇର ଅଭିବୃଦ୍ଧି ଉପରେ ଗୁରୁତ୍ବ

ବରିଷ୍ଠ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିନରେ ’ଷ୍ଟାର୍ଟଅପ୍ ଓ ଏମଏସଏମଇ ଦ୍ୱାରା ଗତିଶୀଳ ଓଡ଼ିଶାର ଅର୍ଥନୀତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଏହି ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ପରେ ସୁନ୍ଦରଗଡ଼, ସୋନପୁର ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନେ ଅଭିଜ୍ଞତା ଓ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ବିଚାରଧାରା ଉପସ୍ଥାପନ କରିଥିଲେ । ଉପସ୍ଥାପନା ପରେ ପ୍ୟାନେଲିଷ୍ଟମାନେ ଦର୍ଶକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।

କୃଷି କ୍ଷେତ୍ର ପରେ ଦ୍ୱିତୀୟ ବୃହତ୍ତମ ନିଯୁକ୍ତିଦାତା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ଜାତୀୟ ଓ ରାଜ୍ୟ ଅର୍ଥନୀତି ଉପରେ ପ୍ରଭାବ ସମ୍ପର୍କରେ ଏହି ଅଧିବେଶନରେ ଗୁରୁତ୍ୱାରୋପ କରାଯାଇଥିଲା । ଷ୍ଟାର୍ଟଅପ୍ ଗୁଡ଼ିକ ମଧ୍ୟ ଏମଏସଏମଇ ବ୍ୟାପକ ସଂଜ୍ଞା ଅଧୀନରେ ଆସିଥାଏ । ଓଡ଼ିଶାରେ ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ଅଭିବୃଦ୍ଧି ପାଇଁ ଏକ ଉତ୍ସାହପୂର୍ଣ୍ଣ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିକୋଣ ଉପରେ ଏହି ଅଧିବେଶନରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଓଡ଼ିଶା ଏମଏସଏମଇ ବିକାଶ ନୀତି-୨୦୨୨, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨, ଓଡ଼ିଶା ରପ୍ତାନି ନୀତି-୨୦୨୨ ଏବଂ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି-୨୦୧୬ ଅଧୀନରେ ଏମଏସଏମଇ ଓ ଷ୍ଟାର୍ଟଅପଗୁଡ଼ିକୁ ଉପଲବ୍ଧ ବିଭିନ୍ନ ଆର୍ଥିକ ଓ ଅଣ ଆର୍ଥିକ ପ୍ରୋତ୍ସାହନ ଉପରେ ଆଲୋକପାତ କରାଯାଇଥିଲା ।

ଏମଏସଏମଇଏବଂ ଷ୍ଟାର୍ଟଅପଗୁଡ଼ିକର ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଋଣର ସହଜ ଉପଲବ୍ଧତା ଅତ୍ୟନ୍ତ ଜରୁରୀ ଥିବା ହେତୁ ଏମଏସଏମଇ ପାଇଁ ସରକାରୀ ପ୍ରାୟୋଜିତ ଋଣ ଯୋଜନା ଅଧୀନରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଲକ୍ଷ୍ୟ ହାସଲ କରିବା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଥିଲା । ଆଇନଗତ ବ୍ୟବସ୍ଥା ଅନୁସାରେ ୪୫ ଦିନ ମଧ୍ୟରେ ଏମଏସଏମଇ ବକେୟା ପୈଠ ନହୋଇପାରିଲେ ଖିଲାପକାରୀ, ବ୍ୟାଙ୍କ ହାରର ୩ ଗୁଣ ଅଧିକ ଚକ୍ରବୃଦ୍ଧି ସୁଧ ପ୍ରଦାନ କରିବେ ବୋଲି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଓଡ଼ିଶାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବିକ୍ରୟକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ସରକାରୀ କ୍ରୟ ଟେଣ୍ଡରରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ଦର ଚୁକ୍ତି ବ୍ୟବସ୍ଥା ଏବଂ ଇଏମଡି ଜମା କରିବାକୁ ମୁକ୍ତି, ଅତୀତର କାର୍ଯ୍ୟ ଅଭିଜ୍ଞତା ଓ ଅତୀତର ସର୍ବନିମ୍ନ କାରବାର ମାନଦଣ୍ଡରୁ ମୁକ୍ତି ଏଆଂ ଅଣ ଏମଏସଇମାନଙ୍କ ପାଇଁ ଲାଗୁ ହେଉଥିବା ସ୍ୱଳ୍ପ ସିକ୍ୟୁରିଟି ଡିପୋଜିଟ୍ ଆଦି ଅଗ୍ରାଧିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ସରକାରୀ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଷ୍ଟାର୍ଟଅପ୍ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ନାମରେ ଏକ ଅଣଲାଭକାରୀ କମ୍ପାନୀ ଗଠନ, ଷ୍ଟାର୍ଟଅପଗୁଡ଼ିକୁ କାର୍ଯ୍ୟକ୍ଷମ ଓ ଇନକ୍ୟୁବେସନ୍ ସ୍ଥାନ ପ୍ରଦାନ ପାଇଁ ଓ-ହବ୍ ନାମରେ ଏକ ବିଶ୍ୱସ୍ତରୀୟ ଟାଓ୍ୱାର ନିର୍ମାଣ ଏବଂ ଶତାଧିକ ଷ୍ଟାର୍ଟଅପ୍ ଓ ଇନକ୍ୟୁବେଟରଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ଭଳି ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଶେଷରେ ନୂତନ ଏମଏସଏମଇ ଓ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରଦାନ କରୁଥିବା ବିଭିନ୍ନ ପ୍ରୋତ୍ସାହନ ବିଷୟରେ ଯୁବଗୋଷ୍ଠୀଙ୍କ ସହ ଯଥାସମ୍ଭବ ଆଲୋଚନା କରି ଉଦ୍ୟୋଗକୁ ସେମାନଙ୍କ ବିକଳ୍ପ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖୋଲିବ ରାଜ୍ୟର ପ୍ରଥମ ହାଇଟେକ୍‌ ଆହାର କେନ୍ଦ୍ର

Sunil Chandra Nayak

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ ପ୍ରସ୍ତାବକୁ ମୋହର: ଗ୍ରାଣ୍ଟ୍-ଇନ୍-ଏଡ୍ ସ୍କୁଲ୍‌ ପାଇଁ ଲାଗୁ ହେଲା ସପ୍ତମ ବେତନ କମିସନ

Sunil Chandra Nayak

Dancer who wins hearts,Meet Renowned Odissi Dancer “Sriya Shree Pati”.

masiha

Leave a Comment

error: Content is protected !!