ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରାଚୀନ ଶୈବପୀଠ : ମୋହନଗିରି ଧଵଳେଶ୍ୱର ମନ୍ଦିରରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା ପାଇଁ ପ୍ରସ୍ତୁତି

ମ.ରାମପୁର,୧୫/୨(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ସ୍ଥିତ ପ୍ରାଚୀନ ଶୈବପୀଠ ଧବଳେଶ୍ୱର୍ ମନ୍ଦିର ରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି l ଏହି ମନ୍ଦିର ଟି ମନ୍ଦିର ମୁଖଶାଳା ଶିଳା ଲିପି ଏବଂ ଐତିହାସିକଙ୍କ ମତରେ ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀ ରେ ମୁଦ୍ଗଲ ବଂଶର ରାଜା ଶ୍ରୀସ୍ମିତ ଚନ୍ଦ୍ରଙ୍କ ଦ୍ଵାରା ନିର୍ମିତ ହୋଇଥିବା ଜଣାପଡେ l କିନ୍ତୁ ମନ୍ଦିରଟି ଭଗ୍ନ ଅବସ୍ଥାରେ ପଡ଼ି ରହିଥିଲା l ଏହାକୁ ୧୯୩୩ ମସିହାରେ ତତ୍କାଳୀନ ମୋହନଗିରି ଫାଣ୍ଡି ଅଧିକାରୀ ସ୍ବର୍ଗତ କୃତିବାସ ଦଣ୍ଡସେନା ମନ୍ଦିରକୁ ଲୋକଲୋଚନକୁ ଆଣି ଏହାର ପୁନରୁଦ୍ଧାର କରିବାର ନେତୃତ୍ଵ ନେଇଥିଲେ ଏବଂ ଗ୍ରାମବାସୀଙ୍କ ସହଯୋଗରେ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା l ପ୍ରତ୍ନତତ୍ତ୍ଵ ବିଭାଗ ଜରିଆରେ ୧୯୯୮-୯୯ ରେ ମନ୍ଦିର ମୁଖ ଶାଳା ନିର୍ମାଣ କରାଯାଇଛି l ମନ୍ଦିର ପରିଚାଳନା ପାଇଁ ଦେବୋତ୍ତର ବିଭାଗ କିଛି ଅର୍ଥ ସହାୟତା ମଧ୍ୟ ଦେଇଛି l ପୁରାତନ ଭଗ୍ନ ମନ୍ଦିର ର ପ୍ରସ୍ତର ଖଣ୍ଡ ଗୁଡିକ ବିକ୍ଷିପ୍ତ ହୋଇ ପଡ଼ି ରହିଛି l ସେଗୁଡିକ ବିଲୁପ୍ତ ହେବାକୁ ବସିଛି l ବର୍ତ୍ତମାନ ଉକ୍ତ ମନ୍ଦିରରେ ଧବଳେଶ୍ଵର ବାବା ପୂଜା ପାଉଛନ୍ତି l ପ୍ରତି ବର୍ଷ ମହାସମାରୋହରେ ସପ୍ତାହ ବ୍ୟାପୀ ଜାଗର ଯାତ୍ରା ପାଳନ କରାଯାଏ l ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ସମେତ କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଜିଲ୍ଲାରୁ ଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ l ମୂଖ୍ୟତଃ ଆଦିବାସୀ ଏବଂ ପାହାଡିଆ ଅଞ୍ଚଳ ହୋଇଥିବାରୁ   ଅନେକ ପାହାଡିଆ ଆଦିବାସୀ ଲୋକମାନେ ଆସିଥାନ୍ତି l ସେମାନେ ଦିନେ ଦୁଇ ଦିନ ରହି ଯାତ୍ରା ଦେଖି ନିଜ ଘର କୁ ଫେରନ୍ତି l ମନ୍ଦିର ର ବିଭିନ୍ନ ସମସ୍ୟା ରହିଛି l ଭୋଗ ମଣ୍ଡପ ନାହିଁ , ପାନ୍ଥ ନିବାସ ନାହିଁ, ପାନୀୟ ଜଳ ସୁବିଧା ନାହିଁ କି ବିଦ୍ୟୁତ ସୁବିଧା ମଧ୍ୟ ନାହିଁ l ଏ ବର୍ଷ ଜାଗର ମେଳା ଏବଂ ଚଣ୍ଡୀ ପୂଜା ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳନ କରାଯିବ ବୋଲି ଶ୍ରୀ ଶ୍ରୀ ଧବଳେଶ୍ଵର ମନ୍ଦିର ପରିଚାଳନା କମିଟି, ଦେଉଳିଶୁଲିଆ କର୍ମକର୍ତ୍ତା ସୂଚନା ଦେଇଛନ୍ତି l ସଭାପତି ପୂର୍ଣାନନ୍ଦ ବଗର୍ତ୍ତୀ, ସମ୍ପାଦକ ଶ୍ରୀପତି ଭୋଇ, ସହ ସମ୍ପାଦକ କୁବେର ପଧନ,ଯୁଗ୍ମ ସମ୍ପାଦକ ଅଶ୍ଵତ୍ଥାମା ପୁଟା, ଦାୟିତ୍ଵ ନିର୍ବାହ କରୁଥିବାବେଳେ ଲଳିତ ଥନାପତି, ମାଧୋଇ ଥନାପତି, ଲଡୁକେଶ୍ୱର ଥାନାପତି ମନ୍ଦିର ପୂଜକ ଦାୟିତ୍ୱରେ ଅଛନ୍ତି l ନବୀନ ପଧାନ,ଶୁକଦେବ ସାହୁ,,କପିଳେଶ୍ୱର ସାହୁ, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପଦେଷ୍ଟା ରହିଛନ୍ତି l

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

Sunil Chandra Nayak

ବୃନ୍ଦାବାହାଲ ଠାରେ ଶ୍ରୀମଦ ଭାଗବତ ପାରାୟଣ ଉଦଯାପିତ

Sunil Chandra Nayak

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

Leave a Comment

error: Content is protected !!