ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲେଶ୍ଵର,୧୪/୦୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ସ୍ଥିତ ଦର୍ଶନ ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀ, ମୁଖ୍ୟବକ୍ତା ପ୍ରଧାନ ଶିକ୍ଷକ ମାୟାଧର ସାହୁ, ସମ୍ମାନିତ ଅତିଥି ସେବାନିବୃତ୍ତ ପ୍ରଧାନ ଶିକ୍ଷକ ବୀଣାପାଣି ଦାସ, ଗୌରାଙ୍ଗ ପ୍ରସାଦ ଲେଙ୍କା, ଅହଲ୍ଯା ମହାପାତ୍ର, ଚନ୍ଦ୍ରକାନ୍ତ ଶତପଥୀ, ଓଷ୍ଟା ଖ ଇରା ମଣ୍ଡଳ ସଭାପତି ଦୀନବନ୍ଧୁ ଦାଶ, ଓଷ୍ଟା ଖଇରା ମଣ୍ଡଳ ସମ୍ପାଦକ ଷଡାନନ ପାଣିଗ୍ରାହୀ ଓ ଡୁଙ୍ଗୁରା ସରପଞ୍ଚ ପ୍ରକାଶ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିବା ସହିତ ବିଦ୍ୟାଳୟ ତରଫରୁ ପ୍ରସ୍ତୁତ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

masiha

ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବନ୍ଧୁଗାଁ ପଞ୍ଚାୟତ ୪ ଟି ଗାଁ କୁ ଗସ୍ତ, ଲୋକଙ୍କ ଠାରୁ ଶୁଣିଲେ ଓ ନିଜେ ଅନୁଭବ କଲେ ଗାଁ ର ପ୍ରକୃତ ସମସ୍ୟା, ସରକାରୀ ବାବୁଙ୍କୁ ଫୋନ ମାଧ୍ୟମରେ ଅତିଶିଗ୍ର ସମାଧାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!