ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ବ୍ଳକରେ ସାମୂହିକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ମୟୂରଭଞ୍ଜ – (ମସିହା) ଗତ ୨୦୨୨ ମସିହାରେ ଵହଳଦା ବ୍ଳକରେ ଅବସର ନେଇ ଥିବା ସର୍ବମୋଟ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବହଳଦା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଭକ୍ତିପୂତ ସମ୍ମାନ ର ସହ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଅର୍ପଣ କରିଅଛି । ସଙ୍ଘବିଗତ କିଛି ବର୍ଷ ଧରି ବିଭିନ୍ନ ଅସୁବିଧା ରେ ବଶବର୍ତ୍ତୀ ହୋଇ ବହଳଦା ବ୍ଲକର ଏହି ଗୌରବମୟ ପରମ୍ପରା ର ପୂର୍ଣ୍ଣଛେଦ ପଡିଯାଇଥିଲା ସତ । କିନ୍ତୁ ଚଳିତ ବର୍ଷ ଶିକ୍ଷକମହାସଂଘ ର ସମସ୍ତ କର୍ମକର୍ତ୍ତା ଙ୍କ ସାମୂହିକ ପ୍ରଶଂସନୀୟ ଉଦ୍ୟମ ଫଳରେ ଏହି ଉଦାହରଣ ମୂଳକ କାର୍ଯ୍ୟକ୍ରମ ପୁନଃ ଅନୁଷ୍ଠିତ ହୋଇ, ଶିକ୍ଷା ସମାଜ ର ଅବସର ପ୍ରାପ୍ତ ବିନ୍ଧାଣି ମାନଙ୍କୁ ତାର ଭକ୍ତିପୂତ ସମ୍ମାନ ର ପୁଷ୍ପାଞ୍ଜଳି ଅର୍ପଣ କରିଅଛି । ବ୍ଲକ ର ABEO CUM BRCC ଭୂତ ନାଥ ସିଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ଉତ୍ସବରେ ବ୍ଲକ ସଙ୍ଘର ସଭାପତି ଶିଵନନ୍ଦନ ମହାନ୍ତ , ସମ୍ପାଦକ ନଳିନ ବେହେରା , ସମସ୍ତ CRCC , ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସମସ୍ତ କର୍ମଚାରୀ , ବରିଷ୍ଠ ଶିକ୍ଷକ ଦଶରଥ ମହାନ୍ତ, ସୁବ୍ରତ କୁମାର ପଲେଇ, ହେମନ୍ତ କୁମାର ମହାନ୍ତ, ତରଙ୍ଗ ବୀର ମହାନ୍ତ, ପୁଲୋକ କୁମାର ସେଠି, ସଞ୍ଜୟ ମହାନ୍ତ, ବିକାଶ ବେହେରା, ଘାସି ରାମ ମହାନ୍ତ ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଭା ର ଗୁରୁତ୍ୱ କୁ ବୃଦ୍ଧି କରାଇବାରେ ଦୃଷ୍ଟାନ୍ତ ମୂଳକ ପ୍ରୟାସ କରିଥିଲେ । ମଞ୍ଚ ପରିଚାଳନା ରେ ସୁବ୍ରତ କୁମାର ପଲେଇ ଓ ହେମନ୍ତ କୁମାର ମହାନ୍ତ ସାହାଯ୍ୟ କରିଥିଲେ । ବରିଷ୍ଠ ଶିକ୍ଷକ ନଳୀନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସଂଯୁକ୍ତ କିସାନ କୃଷି ମର୍ଚା ଓ କେନ୍ଦ୍ରୀୟ ଶ୍ରମିକ ପକ୍ଷରୁ ରାଲି ସହ ଜିଲ୍ଲାପାଳଙ୍କୁ ଦେଲେ ୧୯ ଟି ଦାବି ଦେଲେ

masiha

ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ

Sunil Chandra Nayak

ରଙ୍ଗସାପଲି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!