ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

ମୟୂରଭଞ୍ଜ – ୧୫/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ବିଞ୍ଝୁଆ ଗ୍ରାମର ବିବି କ୍ଲବ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ଉଦେଶ୍ଯରେ ଦୀପ ଜାଳିଲେ ସଦସ୍ୟ ବୃନ୍ଦ । ମଙ୍ଗଳବାର ସଂଧ୍ୟାରେ ବିଞ୍ଝୁଆ ଗ୍ରାମର ମନ୍ଦିର ସମ୍ମୁଖରେ ବହୁ ସଂଖ୍ୟାରେ ବିବି କ୍ଳବ୍ ସଦସ୍ୟ ବୃନ୍ଦ ଏକାଠି ହୋଇ ଶହୀଦଙ୍କ ପାଇଁ ଦୀପ ଜାଳିବା ସହ ନିରବପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ ୧୪,୨୦୧୯ ରେ ପୁଲଓ୍ବାମା, ଜାମ୍ମୁ କାଶ୍ମୀରରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ବାରା ଆତଙ୍କୀବାଦ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୪୪ ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।ସେହି ଦିନଠାରୁ ସମଗ୍ର ଦେଶ ଏହି ଦିନକୁ ପ୍ରକୃତ ହିରୋ ମାନଙ୍କ ଶହୀଦ ଦିବସ ଭାବରେ ମନେ ରଖିଥାଏ ।ଏହି ଅବସରରେ ଵରିଷ୍ଠ ସଦସ୍ୟ ସୁଦର୍ଶନ ବସା,ଶ୍ରବଣ ମହାପାତ୍ର,ଗଣେଶ ଚନ୍ଦ୍ର ବସା,ନାରାୟଣ ବସା,ପ୍ରଶ୍ନ ବସା,ନୂତନ ମହାପାତ୍ର,ତଥା ବହୁ ଦେଶପ୍ରେମୀ ସାମିଲ ହୋଇଥିଲେ ।ପରେ ସମସ୍ତଙ୍କୁ କ୍ଲବ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

masiha

Leave a Comment

error: Content is protected !!