ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଙ୍ଗଳେଶ୍ୱର ବିକାଶ ମହୋତ୍ସବ ନାମରେ ଚଞ୍ଚକତା ,ଅଭିଯୋଗ ଆଣିଲେ ଗ୍ରାମବାସୀ

ଲଙ୍ଗଳେଶ୍ୱର 16/03(ମନିସ ): ବିକାଶ କଥା କହିଲେ ସ୍ଥାନୀୟ ଲୋକଙ୍କ ମନରେ ଆସେ ଅନେକ ଉଲ୍ଲାସ ଏବଂ ଆଗ୍ରହ l ବିକାଶ କେବଳ ବିଭିନ୍ନ କାର୍ଯ୍ୟକ୍ରମ, ମହୋତ୍ସବ ଏବଂ ଭାଷଣବାଜିରେ ସମ୍ଭବ ନୁହେଁ l ଏଥିପାଇଁ ନିସ୍ଵାର୍ଥପର ଭାବରେ ଦଳଗତ ଉର୍ଦ୍ଧରେ ରହି ସ୍ଥାନୀୟ ନେତୃବୃନ୍ଦ, ବୁଦ୍ଧିଜିବୀ, ଶିକ୍ଷିତ ଯୁବକ, ଗ୍ରାମବାସୀଙ୍କ ସହଯୋଗ ଏବଂ ପରାମର୍ଶ ନିଶ୍ଚିତ ଆବଶ୍ୟକ l ଅଞ୍ଚଳର ବିକାଶ ସ୍ଥାନୀୟ ଲୋକଙ୍କ ସହଭାଗିତା ବିନା ଯେପରି ଅସମ୍ଭବ ଠିକ ସେହିପରି ବିକାଶରେ ବାଧକ ମଧ୍ୟ ସୃଷ୍ଟି ହୋଇଥାଏ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମରେ l

       ଭୌଗଳିକ ଦୃଷ୍ଟି କୋଣରୁ ଏହି ଗ୍ରାମର ଲଙ୍ଗଳେଶ୍ୱର ବଜାରଟି ବାଲିଆପାଳ ବ୍ଲକ ଠାରୁ ପ୍ରାୟତଃ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ l ବାଲିଆପାଳ, କାଳିପଦା ପରେ ଏହି ବଜାରଟି ଅଞ୍ଚଳ ବାସୀଙ୍କର ପ୍ରମୁଖ ବାଣିଜ୍ୟ ସ୍ଥଳୀ ଅଟେ l ବାଲିଆପାଳ ବ୍ଲକର 28 ଟି ପଞ୍ଚାୟତ ମଧ୍ୟରୁ ବଳରାମପୁର, ବାଲିକୁଟି, ବଣିଆଡିହା, କୁଣ୍ଡୁଳି, ବୋଳଙ୍ଗ, ସାଉଡ଼ି, ପଞ୍ଚୁପାଲି, ରତାଇ, ନୂଆଗାଁ, ଜମ୍ଭୀରାଇ ଆଦି ପଞ୍ଚାୟତର ହଜାର ହଜାର ଲୋକ ମୁଖ୍ୟତଃ ବିଭିନ୍ନ ବ୍ୟବସାୟ, ଦୈନିକ ଘରୋଇ ସାମଗ୍ରୀ, ଡାକ୍ତରଖାନା, ମେଡ଼ିସିନ ଆଦି ପାଇଁ ଏହି ବଜାର ଉପରେ ନିର୍ଭର କରିଥାନ୍ତି l ମାତ୍ର ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏହି ଅଞ୍ଚଳର ବିକାଶ ସେତେ ମାତ୍ରାରେ ହୋଇପାରିନାହିଁ l ସରକାରଙ୍କ ତରଫରୁ ଏଠାରେ ଡାକ୍ତରଖାନା ଥିଲେ ମଧ୍ୟ୍ୟ ଦୀର୍ଘଦିନ ହେଲା ଏଠାରେ ଡାକ୍ତର ନାହାଁନ୍ତି l ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀ ଥିଲେ ବି ନିମ୍ନ ମାନର କାମ ଯୋଗୁଁ ଆଶ୍ରୟ ସ୍ଥଳୀର ଛାତ ଫାଟି ତଳେ ପଡୁଛି l ବହୁ ବର୍ଷ ଆଗରୁ ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟରେ କଲାମ ଭବନ ଗଠନ ପାଇଁ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପୂର୍ବତନ ସାଂସଦଙ୍କ ରବିନ୍ଦ୍ର ଜେନାଙ୍କ ପ୍ରାୟସରେ ଯୋଜନାରେ ଅର୍ଥରାଶି ଆସିଥିଲେବି ଆଜି ପର୍ଯ୍ୟନ୍ତ କୌଣସି କାମ ନହେବା ଦୁଃଖର ବିଷୟ l ଏହି ଭଳି କିଛି ଅଭିଯୋଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆଣିଛନ୍ତି ଲଙ୍ଗଳେଶ୍ୱର ଗ୍ରାମର କିଛି ବୁଦ୍ଧିଜୀବୀ l ଲଙ୍ଗଳେଶ୍ୱର ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକାରର ବିକାଶ ପରିଷଦ, ମହୋତ୍ସବ, ହରିହାଟ ଓ କମିଟି ଗଠନ ହୋଇଥିଲେବି ଲଙ୍ଗଳେଶ୍ୱର ଗ୍ରାମବାସୀଙ୍କୁ ପ୍ରାଧାନ୍ୟ ନଦେଇ କିଛି ସ୍ୱାର୍ଥବାଦୀ ବାହାର ଲୋକ ଏହାର ଦାୟିତ୍ୱ ନେଉ ଥିବାରୁ ବିକାଶ ନାମରେ ହରିଲୁଟ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଭାଇଚାରା, ସଂସ୍କୃତି ଓ ସ୍ଥାନୀୟ ଅଞ୍ଚଳର ବିକାଶ ନାମରେ କାର୍ଯ୍ୟକ୍ରମ ବାହାନାରେ ଏହି ସ୍ୱାର୍ଥବାଦୀ ଲୋକ ବିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀ, କିଛି ମୁଷ୍ଟିମେୟ ଲୋକ, ଅନୈତିକ କାର୍ଯ୍ୟ କରୁଥିବା ଵ୍ୟକ୍ତିଙ୍କ ଠାରୁ ଚାନ୍ଦା ଆଦାୟ ସହିତ କାର୍ଯ୍ୟକ୍ରମ କରି ଅର୍ଥ ଦେଉଥିବା ଵ୍ୟକ୍ତିକୁ ସମାଜସେବୀର ଉପାଧି ପ୍ରଦାନ ଏବଂ ସର୍ବ ଶେଷରେ କାର୍ଯ୍ୟକ୍ରମ ସରିଲା ପରେ ସଂଗ୍ରହ କରିଥିବା ଚାନ୍ଦାର ସ୍ଥାନୀୟ ଗ୍ରାମବାସୀଙ୍କୁ ହିସାବ ନଦେଇ ନିଜ ପକେଟ ଗରମରେ ହିଁ ବିକାଶ ସୀମିତ ରହୁଛି ବୋଲି ଅକ୍ଷୟ କୁମାର ପାତ୍ର, ମନୋରଞ୍ଜନ ଆଚାର୍ଯ୍ୟ, ଜଗତ ଜୀବନ ଦାସ, ମନୋଜ କୁମାର ଜେନା, ବିମଳ ଦାସ, ଚନ୍ଦନ ଜେନା, ନିମାଇଁ ପ୍ରାମାଣିକ, ବିଭୁତି ଦାସ, ସୁନାରାମ ମାରାଣ୍ଡି ପ୍ରମୁଖ ଅଭିଯୋଗ ଆଣିଛନ୍ତି l ତେବେ ଆଗକୁ ଯଦି ଗ୍ରାମବାସୀଙ୍କ ସହଯୋଗ ଏବଂ ପରାମର୍ଶ ନନେଇ ପୂର୍ବଭଳି ଯଦି କୌଣସି ବିକାଶ ମଞ୍ଚ ବା ବିକାଶ ପରିଷଦ ନାମରେ ଚାନ୍ଦା ଆଦାୟ କରି ଲଙ୍ଗଳେଶ୍ୱରରେ କାର୍ଯ୍ୟକ୍ରମ ହୁଏ ତେବେ ଏହାର ଘୋର ବିରୋଧ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ ଗ୍ରାମବାସୀଙ୍କୁ ନାଁ ଏହି ସ୍ୱାର୍ଥବାଦୀ ଗୋଷ୍ଠୀକୁ ସହାୟତା କରୁଛନ୍ତି l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଶିବିର 

masiha

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

Sunil Chandra Nayak

ଧର୍ମଗଡ଼ରେ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା  ୧୦୦ ମିଟର ତ୍ରିରଙ୍ଗା ସହ ସହର ପରିକ୍ରମା

Sunil Chandra Nayak

Leave a Comment

error: Content is protected !!