ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରିବାରିକ ଗଣ୍ଡଗୋଳ କୁ ନେଇ ପଥର ଖମ୍ବ ଦଳିତ ସାହି ବସ୍ତିରେ ଭୟଭୟ ଅଗ୍ନିକାଣ୍ଡ,30ରୁ ଉର୍ଦ୍ଧ୍ବ ଘର ଭସ୍ମୀଭୂତ

ଢେ଼ଙ୍କାନାଳ 15/2/23 (ମନିସ )କାମାକ୍ଷlନଗର ଥାନା ଅନ୍ତର୍ଗତ ମୁକ୍ତାପଶି ପଂଚାୟତ ର ପଥରଖମ୍ବ ଦଳିତ ବସ୍ତିରେ ପାରିବାରିକ ଗଣ୍ଡଗୋଳ ଘଟି ଅଗ୍ନି କାଣ୍ଡ ହୋଇଥିବା ସୁଚନା ମିଳିଛି lଏଥିରେ 30ରୁ ଉର୍ଦ୍ଧ୍ବ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l

ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ର ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଂଚି ଅଗ୍ନି କୁ ଆୟତ୍ତ କରି ଥିବା ଜଣାପଡିଛି l ଏଥିରେ ୪୦ ଲକ୍ଷ ରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି ।

ଏହି ଘଟଣା ରେ ସଂପୃକ୍ତ ବ୍ୟକ୍ତି କୁ ଧରିବା ପାଇଁ ପୋଲିସ୍ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି l ଖବର ପାଇ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଓ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ପହଂଚି ଅଗ୍ନି ବିପନ୍ନ ପାରିବାର କୁ ଆଶ୍ଵସନା ଦେବା ସହ ତଦନ୍ତ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗାଇ ଦେଇ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇ ଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଜୋତିଶଙ୍କର ସାହୁ ଗ୍ରାମରେ ପହଁଚି ଘଟଣାର ତଦନ୍ତ କରିବା ସହ ପର୍ଯଙ୍ଗ ତହସିଲ ଦାର ଓ ଆରାଇ ଙ୍କୁ ତଂଦନ୍ତ କରି ବାକୁ ନିଦ୍ରେସ ଦେଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

Sunil Chandra Nayak

ଗ୍ରାମାଞ୍ଚଳ ରେ ଚାଲିଛି ଶୁଶୁକନ୍ୟା ବିବାହ ,  ନିଦାବିଷ୍ଣୁ ପ୍ରଶାସନ , ବୈଠକ ରେ ସୀମିତ ସଚେତନତା କାର୍ଯ୍ୟକ୍ରମ

masiha

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

masiha

Leave a Comment

error: Content is protected !!