ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରିବାରିକ ଗଣ୍ଡଗୋଳ କୁ ନେଇ ପଥର ଖମ୍ବ ଦଳିତ ସାହି ବସ୍ତିରେ ଭୟଭୟ ଅଗ୍ନିକାଣ୍ଡ,30ରୁ ଉର୍ଦ୍ଧ୍ବ ଘର ଭସ୍ମୀଭୂତ

ଢେ଼ଙ୍କାନାଳ 15/2/23 (ମନିସ )କାମାକ୍ଷlନଗର ଥାନା ଅନ୍ତର୍ଗତ ମୁକ୍ତାପଶି ପଂଚାୟତ ର ପଥରଖମ୍ବ ଦଳିତ ବସ୍ତିରେ ପାରିବାରିକ ଗଣ୍ଡଗୋଳ ଘଟି ଅଗ୍ନି କାଣ୍ଡ ହୋଇଥିବା ସୁଚନା ମିଳିଛି lଏଥିରେ 30ରୁ ଉର୍ଦ୍ଧ୍ବ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l

ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ର ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଂଚି ଅଗ୍ନି କୁ ଆୟତ୍ତ କରି ଥିବା ଜଣାପଡିଛି l ଏଥିରେ ୪୦ ଲକ୍ଷ ରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି ।

ଏହି ଘଟଣା ରେ ସଂପୃକ୍ତ ବ୍ୟକ୍ତି କୁ ଧରିବା ପାଇଁ ପୋଲିସ୍ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି l ଖବର ପାଇ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଓ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ପହଂଚି ଅଗ୍ନି ବିପନ୍ନ ପାରିବାର କୁ ଆଶ୍ଵସନା ଦେବା ସହ ତଦନ୍ତ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗାଇ ଦେଇ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇ ଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଜୋତିଶଙ୍କର ସାହୁ ଗ୍ରାମରେ ପହଁଚି ଘଟଣାର ତଦନ୍ତ କରିବା ସହ ପର୍ଯଙ୍ଗ ତହସିଲ ଦାର ଓ ଆରାଇ ଙ୍କୁ ତଂଦନ୍ତ କରି ବାକୁ ନିଦ୍ରେସ ଦେଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

masiha

ଧରାକୋଟ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ମନ୍ତ୍ରୀ ଗଣେଶରାମଙ୍କ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!