ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗେଣ୍ଡୁ ଫୁଲ ଚାଷ କରି ଫିରିଙ୍ଗିଆ ବ୍ଲକ ର ୫0 ରୁ ଉର୍ଦ୍ଧ ସ୍ବୟଂ ସହାୟକା ଗୋଷ୍ଠୀ ସ୍ୱାବଲମ୍ବୀ ହେଲେ

ଫୁଲବାଣୀ /  ସଭା ସମିତି ଠାରୁ ଆରମ୍ଭ କରି ବିବାହ, ବ୍ରତ, ବିବାହ ବାର୍ଷିକୀ, ଜନ୍ମଦିନରେ ସବୁଠି ଦିନକୁ ଦିନ ଫୁଲ ର ଚାହିଦା ବଢ଼ିବାରେ ଲାଗିଛି l ଫଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଫୁଲ ଚାଷ କରିବା ଲାଗି ଫିରିଙ୍ଗିଆ ବ୍ଲକ ତରଫରୁ  ଆନ୍ତରିକତା ଦେଖାଇ ନିଷ୍ଠାପର ଉଦ୍ୟମ, ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଚଳିତ ବର୍ଷ ବ୍ଲକ ର ପନ୍ଦର ରୁ ଊର୍ଦ୍ଧ୍ଵ ପଂଚାୟତ ରେ ପାଖପାଖି ୫0ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପଚାଶ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି l ଏବେ ଫୁଲ ବିକ୍ରୀ କରି ବେଶ ଲାଭବାନ ହୋଇପାରିଛନ୍ତି ମହିଳା ମାନେ l ପ୍ରଥମ ପର୍ଯ୍ୟାୟ ରେ କିଲୋ ପିଛା ଷାଠିଏ ଟଙ୍କା ଦର ରେ ଫୁଲ ବିକ୍ରୀ କରିଥିବା କହିଛନ୍ତି l ଫୁଲବାଣୀ ସମେତ, ରାଜଧାନୀ ଭୁବେନେଶ୍ୱର, ବ୍ରହ୍ମପୁର ଆଦି ଅଂଚଳ ର ବ୍ୟବସାୟୀ ମାନେ ଆଗ୍ରହ ରେ ଗତ ଦୁଇ ସପ୍ତାହ ମଧ୍ୟରେ ଏକ କୁଇଣ୍ଟାଲ ଫୁଲ କିଣି ନେଇଥିବା ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ କହିଛନ୍ତି l

ଆଗକୁ ଆହୁରି ଅଧିକା ଫୁଲ ଉତ୍ପାଦନ ହେବ, ଆଉ ଗ୍ରୁପ ମହିଳାମାନେ ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ବିଡ଼ିଓ ଶ୍ରୀ ମହନ୍ତ  କହିଛନ୍ତି l ଫୁଲ ବ୍ୟବସାୟୀ ମାନେ ସେମାନଙ୍କ ବଗିଚାରୁ ଫୁଲ ସଂଗ୍ରହ କରିକି ନେବା ଲାଗି ଚୁକ୍ତି କରିଥିବା କହିଛନ୍ତି ବିଡ଼ିଓ l ଏହି ଫୁଲ ସେମାନଙ୍କୁ ରୋଜଗାର ଯୋଗାଇ ଥିବାରୁ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା l ଫୁଲ ଚାଷ ଦେଖି ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡି ଆର ଡି ଏ ବିଶ୍ୱରଂଜନ ନାୟକ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଫୁଲ ଚାଷ ପ୍ରତି ଗୁରୁତ୍ୱ ଦେଇ ଅଧିକା ଚାଷ କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବୀର ବଜରଙ୍ଗୀ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର 

Sunil Chandra Nayak

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

କେନ୍ଦ୍ରୀୟ କୃଷିବିଜ୍ଞାନକେନ୍ଦ୍ର ରେ ପ୍ରାକୃତିକ କୃଷି ସଚେତନତା କାର୍ଯ୍ୟକ୍ରମ    

Sunil Chandra Nayak

Leave a Comment

error: Content is protected !!