ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା

ଭବାନିପାଟଣା ତା: ୧୬.୦୨.୨୦୨୩ :- ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାର ୨୬ ଜଣ ସରପଞ୍ଚ, ୧୩ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସଂହଦେଓ ତଥା ସରକାରୀ ଅଧିକାରୀ ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ, କଳାହାଣ୍ଡି ଏବଂ DPM ( RGSA) ଏହି ପରି ମୋଟ ୪୨ ଜଣ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ ଭବାନୀପାଟଣା ଜିଲ୍ଲା ପରିଷଦ କାର୍ଯ୍ୟଳୟରୁ ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯାତ୍ରା କୁ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦରଭନ୍, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି ପତାକା ଦେଖାଇ ଶୁଭ ଉଦ୍ ଘାଟନ କରିଥିଲେ ।

 ଆସନ୍ତା ତା: ୧୭.୦୨.୨୦୨୩ ରୁ ୧୯.୦୨.୨୦୨୩ ରିଖ ପର୍ଯ୍ୟନ୍ତ SIRD ( P.R Deptt.) ଦ୍ଵାରା KIIT ବିଶ୍ଵ ବିଦ୍ୟାଳୟ ଭୁବନେଶ୍ୱର ପରିସରରେ ଏହି ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳା ରେ LSDG କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିଶୁ ବନ୍ଧୁ ଗ୍ରାମ ପଞ୍ଚାୟତ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ବିଷୟରେ ଆଲୋଚନା ହେବ । ଆସନ୍ତା ତା ୧୯.୦୨.୨୦୨୩ ଦିନ ଆମ ଜିଲ୍ଲାର ସଂପୃକ୍ତ ପ୍ରତିନିଧିବୃନ୍ଦ ଗଞ୍ଜାମ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି ।

ମସିହା ନିଉଜ ସର୍ଭିସ୍ 

Related posts

ଡାବୁଗାଁ ସମନ୍ଵିତ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳିତ

masiha

ଡିଜିଟାଲ ଫସଲ ସର୍ଭେ ନେଇ ବ୍ଲକ ସ୍ତରୀୟ ତାଲିମ ଶିବିର

masiha

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ସ୍ମୃତି ଏବଂ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!