ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଚଲା ଠାରେ ୨୮ ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଲା ସରକାରୀ ଵାଲାଜି ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷାଧିକାରୀ କଳାହାଣ୍ଡି ସୁଶାନ୍ତ କୁମାର ଚୋପୋଦାର ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବରେ ତ୍ରିନାଥ ଠାକୁର ଜାତୀୟ ସ୍ତରିୟ ପ୍ରଶିକ୍ଷକ ,ମହେନ୍ଦ୍ର କୁମାର ପଣ୍ଡା ଜିଲ୍ଲା କ୍ରୀଡା ପ୍ରଶିକ୍ଷକ ,ସଷ୍ଟି ପ୍ରସାଦ ଝାଙ୍କର ଗୋଷ୍ଟି ଶିକ୍ଷାଧିକାରୀ ଜୁନାଗଡ଼ ,ନେପାଳ ଚନ୍ଦ୍ର ବାଗ ଗୋଷ୍ଟି ଶିକ୍ଷାଧିକାରୀ କୋକସର। ,ଶ୍ରୀମତୀ ସବିତା ମେହେର ଅଧ୍ୟକ୍ଷ। ଜୁନାଗଡ଼ ବ୍ଲକ , ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବେହେରା ସରପଞ୍ଚ ମହିଚଲା ,ହର୍ଷବର୍ଦ୍ଧନ ବେହେରା ଶିଳ୍ପପତି ,ଶ୍ରୀମତୀ ସୁଚିସ୍ମିତା ବେହେରା ସମିତି ସଭ୍ୟ। ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟଳୟର ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରଶିକ୍ଷକ ମହେନ୍ଦ୍ର କୁମାର ପଣ୍ଡା ସ୍କାଉଟ ଓ ଗାଇଡ଼ କ୍ୟାମ୍ପ ର ଉଦେଶ୍ୟଜ୍ଞାପନ ତଥା ବିବରଣୀ ପାଠ କରିଥିଲେ । ବିଦ୍ୟଳୟର ଶିକ୍ଷକ ସୂର୍ଯ୍ୟ ପ୍ରସାଦ ଠାକୁର ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ମହେଶ କୁମାର ଭାଟି ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ଦିବସର ସନ୍ଧ୍ୟାରେ କ୍ୟାମ ଫାୟାରରୁ ଆରମ୍ଭ ହୋଇଥିଲା ।  କ୍ୟାମ୍ପ ଫାୟାରରେ ସ୍କାଉଟ ଓ ଗାଇଡ଼ ମାନେ ନିଜସ୍ୱ ବାର୍ତା ନେଇ ସମାଜରେ ଥିବା ବିଭିନ୍ନ କୁ ସଂସ୍କାର ଗୁଡିକ ଅଗ୍ନିରେ ଦାହ କରିବାକୁ ଦୃଢ଼ ସଂକଳ୍ପ ବଦ୍ଧ ହୋଇଥିଲେ । ପରେ ବିଭିନ୍ନ ବିଦ୍ୟଳୟରୁ ଆସିଥିବା ସ୍କାଉଟ ଓ ଗାଇଡ଼ ଦଳ ନିଜ ନିଜର ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ ।ଏହି ସ୍କାଉଟ ଓ ଗାଇଡ଼ କ୍ୟାମ୍ପ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରର ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ବିଧାୟକ ଜୁନାଗଡ଼ ଯୋଗଦାନ କରି ନିଜ ସଂକ୍ଷିପ୍ତ ଅଭିଭାଷଣରେ ପ୍ରତେକ ସ୍କାଉଟ ଓ ଗାଇଡ଼ କୁ ଅନୁଶାସନ ସହ ଶିକ୍ଷା ଓ ସମାଜ ସେବାକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗିରିଶ ଚନ୍ଦ୍ର ବେହେରା ସଭାପତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ,ଶାନ୍ତନୁ ବେହେରା ସଭାପତି ଜିଲ୍ଲା ସ୍କାଉଟ,ଟେମ ଲାଲ ଦୁବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କଳାହାଣ୍ଡି ,ନେପାଳ ବାଗ ବି ଇ ଓ କୋକସର। ,ମହେନ୍ଦ୍ର ପଣ୍ଡା ଜିଲ୍ଲା କ୍ରୀଡା ନିରୀକ୍ଷକ କଳାହାଣ୍ଡି ,ଅଜୟ ବେହେରା ପୂର୍ବତନ ସରପଞ୍ଚ ମହିଚଳ। ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ ଉତ୍ସବ ରେ କୃତି ପ୍ରଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉଦଯାପିତ ଦିବସରେ ସୁଧୀର କୁମାର ପଣ୍ଡା ପ୍ରଧାନଶିକ୍ଷକ ଜବାହର ଉଚ୍ଚ ବିଦ୍ୟାଳୟ କୋକସର। ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ବିଦ୍ୟଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଠାକୁର ,ଦେବଦତ୍ତ ପାଢ଼ୀ ,ଜୟ ପ୍ରକାଶ ଜେନା ,ସତ୍ୟକାନ୍ତ ରଣା ,ଶିକ୍ଷୟତ୍ରୀ ଜୟନ୍ତୀ ସାହୁ ,ଭକ୍ତିଳତା ବିଶ୍ୱାଳ ,ଆରତୀ ଭୋଇ ,ଶିକ୍ଷକ ଭାଗିରଥି ମୁଣ୍ଡ ,ସୁଧୀର କୁମାର ବେହେରା ,ଠନ ସୁନ୍ଦର ବଗର୍ତ୍ତି ଏବଂ କଳ୍ପେଶ୍ୱର ସୁନାନୀ ,ପ୍ରଧାନଶିକ୍ଷକ ମନୋରଞ୍ଜନ ସିଂ ,ଧୀରେନ୍ଦ୍ର କୁମାର ପଣ୍ଡା ତଥା ଜୁନାଗଡ଼ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ,ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ । କାର୍ଯ୍ୟ କ୍ରମରେ ବିଭିନ୍ନ ବିଦ୍ୟଳୟ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକି ସମସ୍ତଙ୍କ ମନକୁ ଛୁଇଁଥିଲା । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସୂର୍ଯ୍ୟ ପ୍ରସାଦ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

Sunil Chandra Nayak

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମହାନ ଯୋଦ୍ଧା ମାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!