ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୋଳାମୁଣ୍ଡା ବିଡିଓ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

ଗୋଳାମୁଣ୍ଡା/୧୬/୨/ମସିହା,//କେନ୍ଦ୍ର ସରକାର ଓଡିଶାକୁ ୧୦ କିଗ୍ରା ଚାଉଳ ପରିବର୍ତ୍ତେ ୫କିଗ୍ରା ଚାଉଳ ଦେବା ନେଇ ବିଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ କରି ଆଜି ଓଡ଼ିଶାର ସମସ୍ତ ବ୍ଲକରେ ଭିକ୍ଷଭ ପ୍ରଦର୍ଶନ କରାଯାଇଛି ।ଗୋଳାମୁଣ୍ଡା ବ୍ଲକରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଡ଼ିଓ ଶ୍ରୀଧର ପଣ୍ଡା ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ଗୋଳାମୁଣ୍ଡା ବ୍ଲକର ସମସ୍ତ ବିଜେଡି କର୍ମୀ ଏକତ୍ର ହୋଇ ମହାମହିମ ରାଷ୍ଟ୍ରପତିଙ୍କ ଉର୍ଦ୍ଧେଶ୍ୟରେ ବିଡିଓ ଶ୍ରୀଧର ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ସଭାପତି ଦୟାସାଗର ଚଳାନ, ଦୈତାରି ରାଉତ,ଦିନେଶ କୁମାର ରାଉତ,ଗୋଳାମୁଣ୍ଡା ଜିଲ୍ଲାପରିଷଦ ହେମାଙ୍ଗିନୀ ରାଉତ,ସନ୍ତୋଷ ବୁଦ୍ଧିଆ,ନାରାୟଣ ଅଗ୍ରୀଆ, ଚେତନା ମାଝୀ, ଦିଲ୍ଲିପ ମାଝୀ, ଗିରିଧାରୀ ତେଜି ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବିଜୁ ଜୟନ୍ତୀରେ ବିଜେଡି ର ଜନସମାବେଶ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷ ରୁ ବଙ୍ଗଳାଦେଶ ରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧ ରେ ଏକ ବିକ୍ଷୋଭ ସଭା, ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର 

masiha

ତିନୋଟି ପ୍ରସଙ୍ଗ ସମାଧାନ ପାଇଁ ଦାବୀ :ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବ

Sunil Chandra Nayak

Leave a Comment

error: Content is protected !!