ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ରାଲି ସହ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି,16/2, ମନିସ — କେନ୍ଦ୍ର ଗରିବ କଲ୍ୟାଣ ଯୋଜନାରେ ଚାଉଳ କାଟ ଓ ଆବାସ ଯୋଜନାରେ ବହୁ ହିତାଧିକାରୀଙ୍କ ନାମ ବାଦ ପ୍ରତିବାଦରେ ଗୁରୁବାର ପାପଡାହାଣ୍ଡି ଠାରେ ବିଜେଡି ତରଫରୁ ପ୍ରତିବାଦ କରାଯାଇଥିଲା | ଶତାଧିକ କର୍ମୀ ବିଧାୟକ ମନୋହର ରନ୍ଧାରିଙ୍କ ନେତୃତ୍ୱରେ ସ୍ଥାନୀୟ ନୀଳକଣ୍ଠେସ୍ୱର ମନ୍ଦିରରୁ ରାଲିରେ ବାହାରିଥିଲେ | କେନ୍ଦ୍ର ବିରୋଧି ସ୍ଲୋଗାନ ଦେଇଥିଲେ | ବ୍ଲକ କାର୍ଯ୍ୟାଳୟରେ ପହଁଚିବା ପରେ ଏଏଇ ଦିବ୍ୟରଞ୍ଜନ ମେହେରଙ୍କୁ ରାଷ୍ଟ୍ରପତି ଉଦସ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା | କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ଓ ଗରିବ କଲ୍ୟାଣ ଯୋଜନାରେ ଚାଉଳ କାଟକୁ ଦଳ ବିରୋଧ କରିଥିଲା | ଏଥି ସହ ଆବାସ ଯୋଜନାରେ ବୈମାତୃଙ୍କ ମନ ଭାବ ଦେଖାଉଥିବାରୁ କର୍ମୀ ମାନେ ଅସନ୍ତୋଷ ଦେଖାଇଥଲେ | ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ୟସବନ୍ତ ନାୟକ, ରଜନୀକାନ୍ତ ସାସମଲ, ଶିବପ୍ରସାଦ ଅଗ୍ରୱାଲ, ତୁଳସା ଭତରା,ଅବଦୁଲ ତାଜୁଧୀନ, ତ୍ରିନାଥ ପ୍ରଧାନ, ଲିଙ୍ଗରାଜ ଭତରା,ପ୍ରହ୍ଲାଦ ଅଗ୍ରୱାଲ,ଯୁଧିଷ୍ଠିର ନାୟକ ସରୋଜ ଜାଲ ସହ ବହୁ କର୍ମୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରେ ଭାଜପା ର ବିଜୟ ଉତ୍ସବ ପାଳନ

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ପୂର୍ବତନ ଉପ ସଭାପତି ରାଜଧାନୀ ଦିଲ୍ଲୀ ରେ ପାଳିଆମେଣ୍ଟ ଘେରାଉ ରେ ସାମିଲ 

Sunil Chandra Nayak

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

Leave a Comment

error: Content is protected !!