ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକରେ ବିଜେଡ଼ିର ପ୍ରତିବାଦ ସଭା

ବନ୍ଧୁଗାଁ ତା ୧୬/୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ଶତାଧିକ ବିଜେଡ଼ି ଦଳ କର୍ମୀ ମାନଙ୍କ ଦ୍ଵାରା ବିକ୍ଷୋପ ପ୍ରଦର୍ଶନ କରାଯାଇଛି । ବ୍ଲକ ସଭାପତି ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି ଙ୍କ ଦ୍ୱାରା କେନ୍ଦ୍ର ବିଜେପି ସରକାର ଗରିବ ଲୋକଙ୍କୁ କମ ଚାଉଳ ଦେବା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଜେଡ଼ି ସମ୍ପାଦକ ଅଭିମନ୍ୟୁ ଭାଣ୍ଡି ଙ୍କ ଦ୍ଵାରା ସ୍ଲୋଗାନ ଦେବା ବେଳେ ଶତାଧିକ ବିଜେଡ଼ି କର୍ମୀ ହାତରେ ପ୍ଳା କାର୍ଡ ଧରି ଚାଉଳ କମ ଦେବା , ରନ୍ଧନ ଗ୍ୟାସ୍ ଦର୍ ବଡେଇବା ଓ ଚାଷୀଙ୍କୁ ନିଜର ଅଧିକାର ନ ଦେବା ଉପରେ ଗର୍ଜନ କରିଥଲେ। ଏହା ସହିତ ରାଜ୍ୟ ବିଜେଡ଼ି ସରକାର ଆମ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଯାହାସବୁ ଜନହିତ କାରୀ ଯୋଜନା ରହିଛି ତାହାକୁ ନେଇ କର୍ମୀ ମାନେ ଅତି ଆନନ୍ଦ ଉଲ୍ଲାସରେ ସ୍ଲୋ ଗାନ ଦେଇ ବିଜେପିକୁ ସମାଲୋଚନା କରୁଥିଲେ । ବିଜେଡ଼ି ବନ୍ଧୁଗାଁ ବ୍ଲକ ସଂଯୋଜକ ସୁନୀଲ ମହାନ୍ତି ମଧ୍ୟ ଉପସ୍ଥିତ ଥିବା କର୍ମୀ ଙ୍କୁ ଚାଉଳ ମାରଣ ନୀତି କୁ ସମାଳଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କାମକୁ ପ୍ରସଂଗଶ କରିଥିଲେ । ବିଧାୟକ ପ୍ରଭୁ ଜାନି, ବିଜେଡ଼ି ସଭାପତି ବାଲା ନାଗ , ସୁନୀଲ ମହାନ୍ତି ଅଭିମନ୍ୟୁ ଭାଣ୍ଡି ଓ ଶତାଧିକ ବିଜେଡ଼ି କର୍ମୀ ମିଳିତ ଭାବେ ସ୍ଥାନୀୟ ବିଡ଼ିଓ ଆକାଶ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବିଜେଡି ଶାସନରେ ରାଜନେତାଙ୍କ ଅପରାଧର ଚରା ଭୁଇଁ ପାଲଟିଛି ଓଡିଶା ବିରୋଧର ସତ୍ୟାଗ୍ରହ

Sunil Chandra Nayak

ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିଶ୍ୱନାଥପୁରଠାରେ ବିଜେଡିର ସଂକଳ୍ପ ସମାବେଶ : ବିଶାଳ ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!