ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ହାଇସ୍କୁଲରେ ହ୍ୟାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଞ୍ଜ: – ୧୬/୨/୨୪ (ମସିହା) ସ୍ଥାନୀୟ ରାଇରଙ୍ଗପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ହ୍ୟାକାଥନ ଓ କୋଡିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୋ ସ୍କୁଲ ଅଭିଯାନ ଓ କ୍ବେଷ୍ଟ ଆଲିଆନ୍ସ ର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦ ଜଣ ଛାତ୍ର ଉପସ୍ଥିତ ଥିଲେ। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏଜି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି, ରତ୍ନାକର ଗିରି, ପ୍ରୋଗ୍ରାମ ଆସୋସିଏଟ୍ ରୋହିମା ନିଶା ଏବଂ ବିଦ୍ୟାଳୟର ଶିକ୍ଷକ ବିଜୟ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ୪ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ତୃତୀୟ ଦିବସରେ ରାଇରଙ୍ଗପୁର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଯୋଗ ଦେଇ ଛାତ୍ର ମାନଙ୍କ ସହ କ୍ୟାରିୟର ସମ୍ପର୍କରେ ଆଲୋଚନା କରିଥିଲେ। ଏ ଅବସରରେ ଛାତ୍ରମାନେ ଜୀଵନ ଲକ୍ଷ୍ୟ ହାସଲ ଉପରେ କୌଶଳ, ଲିଙ୍ଗଗତ ବିଭିଧତା ଦୂରୀକରଣ ସହ କୋଡିଂ ବିଷୟରେ ଶିକ୍ଷାଦାନ କରା ଯାଇଥିଲା। ପ୍ରକାଶ ଥାଉ କି ଚତୁର୍ଥ ଦିବସରେ ପ୍ରକଳ୍ପ ପ୍ରଦର୍ଶନ କାର୍ଯ୍ୟକ୍ରମ ଚାଲିଥିବା ଜଣା ପଡିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

Sunil Chandra Nayak

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

masiha

ସରୁନି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଗାଁକୁ ଫେରିଲା ମୃତକଙ୍କ ଶବ

Sunil Chandra Nayak

Leave a Comment

error: Content is protected !!