ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଲିକା ମା, କାଳିଜାଇ ପୀଠରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଜାଗର ଯାତ୍ରା

ଚିଲିକା:- ଏସିଆ ମୋହାଦେଶର ଶର୍ବ ବୃହତ୍ତମ ଲବଣ ହ୍ରଦ ଚିଲିକା । ଏହି ହ୍ରଦ ମଧ୍ୟରେ ଜଟିଆ ନାଶି , ଚଢ଼େଇ ଗୁହା ଓ କାଳିଜାଇ ପାହାଡ଼ ପରି ଅନେକ ପାହାଡ଼ ମାନ ରହିଛି । ତନ୍ମଧ୍ୟରୁ କାଳିଜାଇ ପାହାଡ଼ ଅନ୍ୟ ତମ । ଏହି ପାହାଡ଼ ଟି ବାଲୁଗାଁର ଚିଲିକା କୂଳ ଠାରୁ ପ୍ରାୟ ଷୋଳ କିଲୋମିଟର ଦୂର ରହିଥିବା ବେଳେ । ମା , କାଳିଜାଇ ଙ୍କ ମନ୍ଦିର କୁ ଜିବା ପାଇଁ ହେଲେ । ଜଳପଥ ଦେଇ ନୌକା ସାହାର୍ଯ୍ୟ ରେ ଯିବାକୁ ପଡ଼ିଥାଏ । ଚିଲିକା ର ସୈନ୍ଦର୍ଯ୍ୟ କୁ ବିଦେଶୀ ଗତ ଅତିଥି ପକ୍ଷୀ ମାନଙ୍କର କୋଳାହଳ ସେତିକି ସୋଭା ବର୍ଦ୍ଧନ କରିଥାଏ । ସେହିପରି ଚିଲିକା ଗର୍ଭରେ ଥିବା ବିଭିନ୍ନ ପାହାଡ଼ ମାନଙ୍କ ମଧ୍ୟରେ କାଳିଜାଇ ପାହାଡ଼ ସେପରି ସୋଭା ବର୍ଦ୍ଧନ କରିଥାଏ । ତେଣୁ ଏହାର ସୋଭାକୁ ଉପଭୋଗ କରିବାପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କର ଭିଡ ଜମିଥାଏ । ସେଠାରେ ଜାତ୍ରୀମାନେ ମା, କାଳିଜାଇଙ୍କୁ ଦର୍ଶନ କରିବା ସହ ସେହି ପାହାଡ଼ ର ପରିବେଶ କୁ ମଧ୍ୟ ଉପଭୋଗ କରିଥାନ୍ତି । ତେବେ ସେଠାରେ ଥିବା ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବ ଙ୍କ ପିଠରେ ଚଳିତ ଫେବୃଆରୀ ମାସ ୧୮ ତାରିଖ ଶନିବାର ଦିନ ପ୍ରଥମଥର ପାଇଁ ନୂତନ ଭାବେ ଜାଗର ଯାତ୍ରା ଅନୁଷ୍ଠିତ ହେବ । ପ୍ରଭୁ ଯୋଗେଶ୍ୱର ମହାଦେବଙ୍କ ପୀଠରେ ଶିବ ଓ ଶକ୍ତିଙ୍କୁ ପୂଜା ଅର୍ଚ୍ଚନା କରି ଆଶିର୍ବାଦ ପ୍ରାପ୍ତ ନିମନ୍ତେ କୃଷ୍ଣ ପ୍ରସାଦ ଗଡର ରାଜା ସନ୍ତୋଷ ଚନ୍ଦ୍ର ଦେଓ ସର୍ବସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।

ଚିଲିକାରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୂତି

Sunil Chandra Nayak

ଜୁନାଗଡ଼ ଗାୟତ୍ରୀଶକ୍ତି ପିଠରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!