ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ବୈମାତୃକ ଶାସନ ବିରୁଦ୍ଧରେ, ବ୍ଲକ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

ତିର୍ତ୍ତୋଲ :-16/02/23- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଶାସକ ବିଜେଡି ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ମନମୁଖୀ କାନୁନ ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା ! ଗତ 2020 ମସିହାରୁ ରାସନ କାର୍ଡଧାରୀଙ୍କୁ ଦିଆଯାଉଥିବା 10 କିଲୋ ଚାଉଳରୁ 5 କିଲୋ କେନ୍ଦ୍ର ସରକାର କାଟି ଦେଇଥିବାରୁ ରାଜ୍ୟସାରା ବିରୋଧ ର ନିଆଁ ଜଳିବାରେ ଆରମ୍ଭ କରିଛି ! କେବଳ ସେତିକି ନୁହେଁ, ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ମନମୁଖୀ ଚୟନ ମାନଦଣ୍ଡ ଘୋଷଣା, ଅନେକ ଗରିବ ଖଟିଖିଆଙ୍କ ପେଟକୁ ନାତ ମରିବା ସଦୃଶ ହୋଇଛି ! ସାଧାରଣ ବ୍ୟକ୍ତି ପାଇବାର ଯୋଗ୍ୟ ହୋଇଥିଲେ ବି ଆବାସ ଯୋଜନାରୁ ବଞ୍ଚିତ ହେଉଛି ! ଚାଷୀଙ୍କ କ୍ଷେତ୍ରରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନନେଇ ଧାନ ମଣ୍ଡିକୁ ସଠିକ ପରିଚାଳନା କରାଇ ପାରୁ ନାହାନ୍ତି ! ଯୋଉଠି ରାଜ୍ୟ ସରକାର ଧାନ ମଣ୍ଡିର ଟାର୍ଗେଟ 15 ଲକ୍ଷ ମେଟ୍ରିକଟନ ଡିମାଣ୍ଡ କରିଥିବା ବେଳେ, କେନ୍ଦ୍ର ସରକାର 4 ଲକ୍ଷ ମେଟ୍ରିକଟନ କୁ ହ୍ରାସ କରିଦେଇଛନ୍ତି ! ଯାହା ଫଳରେ ଚାଷୀଙ୍କର ଧାନ ମଣ୍ଡି ମାନଙ୍କରେ ପଡି ରହିଛି !ଏହି ସବୁର ପ୍ରତିବାଦ କରି ତିର୍ତ୍ତୋଲ ବିଜେଡି କର୍ମୀ ମାନଙ୍କୁ ନେଇ ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଥିଲା ! ତାପରେ ତିର୍ତ୍ତୋଲ ବିଡ଼ିଓ ଅଟଳବିହାରୀ ସ୍ୱାଇଁ ଙ୍କ ଜରିଆରେ ମହାମାନ୍ୟା ରାଷ୍ଟ୍ରପତି ଙ୍କ ନିକଟକୁ ଏକ ପ୍ରତିବାଦ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ତିର୍ତ୍ତୋଲ ବ୍ଲକର ଅଧ୍ୟକ୍ଷ ମନୋଜ କୁମାର ବେହେରା ଙ୍କ ପରିଚାଳନାରେ ତିର୍ତ୍ତୋଲ ତହସିଲ ଅଫିସ ନିକଟରୁ ଏକ ଶୋଭାଯାତ୍ରା କରାଯାଇ ବ୍ଲକ ପରିସର ମଧ୍ୟରେ ପହଂଚି ଥିଲା ! ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟକୁ ଆରମ୍ଭ କରିଥିଲେ !ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ସଭାପରିଚାଳନା କରିଥିବା ବେଳେ, ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଳାପରିଷଦ ରଞ୍ଜିତା ସିଂହ, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, କାଳନ୍ଦୀ ବାବୁ, ସୁଜିତ ମହାନ୍ତି, ରବି ନାରାୟଣ କର, ସୁମିତ ମହାପାତ୍ର, ଅଶ୍ୱିନୀ ଦାସ, ସୁନିଲ ବେହେରା, ବସନ୍ତ ମହାପାତ୍ର, ଦେବେନ୍ଦ୍ର ମଲ୍ଲିକ, ଚିତ୍ତରଞ୍ଜନ ରଥ ପ୍ରଭୃତି ସହଯୋଗ କରିଥିଲେ ! ଶତାଧିକ କର୍ମୀଙ୍କ ସହିତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଯୋଗଦେଇ ପ୍ରତିବାଦରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଧର୍ମଗଡ ରେ ଭାଜପା ର ବିଜୟ ଉତ୍ସବ ପାଳନ

ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ଙ୍କୁ ବିରୋଧ କରି ବିଜେପି ପକ୍ଷ ରୁ କୁଶ ପୁତ୍ତଳିକା ଦାହ 

Sunil Chandra Nayak

ଗୋଳାମୁଣ୍ଡା ବିଡିଓ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!