ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ହାସଲ   

 ନବରଙ୍ଗପୁର ୧୭.୨.୨୦୨୩ :(ମସିହା) ପୁରୁଷ ବିଶ୍ଵ କପ ହକି ୨୦୨୩ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ଯନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ କରି ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ପାରିଛି। ଏହି ପରିପେକ୍ଷୀରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କୁ ସମ୍ମାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟ୍ଟା ସଭା ଗୃହରେ ଆୟୋଜନ କରାଯାଇ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ଡଃ ମିଶ୍ର ରାଜ୍ଯ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ନବରଙ୍ଗପୁର ଜିଲ୍ଲା ପୁରସ୍କୃତ ହୋଇଥିବାରୁ ଏହାର ସମସ୍ତ ଶ୍ରେୟ ଜିଲ୍ଲାର ସମସ୍ତ ଅଧିକାରୀ,କର୍ମଚାରୀ,ଲୋକ ପ୍ରତିନିଧି ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସହିତ ସମସ୍ତ ଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ମଧ୍ଯ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପଥରେ ସମସ୍ତ ଙ୍କ ସହଯୋଗ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ସହିତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଏବଂ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

“ଯେଉଁଠି ରହିବେ, ଉତ୍କର୍ଷ ହାସଲ କରନ୍ତୁ; ନିଜେ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ”: ଜିଲ୍ଲାପାଳ ମଧୁସୂଦନ ଦାଶ

Sunil Chandra Nayak

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!