ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବନି। ଏଥିଲାଗି ଅର୍ଥ କମିସନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏହା କହିଛନ୍ତି।

ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମନରେଗା ହେଉଛି ଚାହିଦାଭିତ୍ତିକ ଯୋଜନା। ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ। ମୋଦୀ ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି, ଯାହା ପୂର୍ବ ସରକାର ହେଉ ନଥିଲା । କିଛି ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି। କିନ୍ତୁ ଏମିତି ବି ରାଜ୍ୟ ଅଛନ୍ତି। ଯେଉଁମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ବି ଖର୍ଚ୍ଚ କରିପାରୁନାହାନ୍ତି । ଏହି ଯୋଜନାର ବ୍ୟବବରାଦ ଅତିରିକ୍ତ ବ୍ୟୟ ବରାଦ ଜରିଆରେ ବଢାଇବାର ବିକଳ୍ପ ରହିଛି । ଯାହାକି ଅତୀତରେ କରଯାଇଛି ।

ଆଦାନୀ ପ୍ରସଙ୍ଗରେ ସୀତାରମଣ କହିଛନ୍ତି, ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାରି ରହିଛି। ଷ୍ଟେଟ୍‌ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି। ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍ ହେବନି। ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି। କେବଳ କେଉଁ ହାରରେ ଜିଏସ୍‌ଟି ଲାଗିବ, ତାହା ଧାର୍ଯ୍ୟ ହୋଇପାରୁ ନାହିଁ। ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ବ ଜିଏସ୍‌ଟି କାଉନସିଲର, ଯେଉଁଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।

ଏଲ୍‌ପିଜି ପାଇଁ ମାତ୍ର ୨୦୦ କୋଟି ବ୍ୟୟ ବରାଦ ପ୍ରସଙ୍ଗରେ କହିଛନ୍ତି। ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ। ଏହା ଗ୍ରାହକଙ୍କୁ ସବସିଡ ପ୍ରଦାନ ପାଇଁ ନୁହେଁ। ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ କହିଛନ୍ତି, ମୋଦୀ ସରକାରଙ୍କ ଅମଳରେ ଚାଷୀଙ୍କ ଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି ତାହା ପୁଣି ଏମ୍‌ଏସ୍‌ପି ଦରରେ। ୨୦୨୩-୨୪ରେ ପୁଞ୍ଜି ପ୍ରତ୍ୟାହାର ଲାଗି ପ୍ରସ୍ତୁତ ତାଲିକାରେ ନାଲକୋର ନାମ ନାହିଁ। ତେଣୁ ଏବର୍ଷ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ହେବନି ବୋଲି କହିଛନ୍ତି ସଚିବ ତୁହିନ କାନ୍ତ ପାଣ୍ଡେ।

ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ।ମୋର ୱାର୍ଡରୋବରେ ଥିବା ଅଧିକାଂଶ ଶାଢ଼ି ସମ୍ବଲପୁରୀ। ବମକାଇ, କଟକି ଶାଢ଼ି ବି ମୋତେ ଭଲ ଲାଗେ । ଏବେ ବି ମୁଁ ଏସବୁ ଶାଢ଼ି କିଣୁଛି କହିଛନ୍ତି ନୀର୍ମଳା ସୀତାରମଣ।

ଆବାସ ଯୋଜନା, ହର ଘର୍ ନଲ ଯୋଜନାରୁ ଫାଇଦା ମିଳିବବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ ବୋଲି ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ । ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟ ଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି । ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ । କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି MSME ।

ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପୂର୍ବରୁ ଆକାଂକ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା । ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫ଶହ ଆକାଂକ୍ଷୀ ବ୍ଳକ୍ ଚିହ୍ନଟ କରାଯାଇଛି । ଏସବୁ ଅଞ୍ଚଳରେ ମୌଳିକ ସୁବିଧା ସହ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ । ଟେକ୍ନୋଲୋଜି ଭିତ୍ତିକ ବିକାଶ ଲାଗି ଶ୍ରମିକଙ୍କୁ ପ୍ରଶିକ୍ଷିତ କରାଯିବ । ଫଜିଲ ଫୁଏଲରୁ ଗ୍ରୀନ ଏନର୍ଜିକୁ ଟ୍ରାନସଫରମେସନ୍ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ସୀତାରମଣ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

Sunil Chandra Nayak

ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର , HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

Sunil Chandra Nayak

ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ଦ୍ଵିତୀୟ ଥର ପାଇଁ ଜନ୍ମ ମାଟିରେ ମହାମହିମ ରାଷ୍ଟ୍ରପତି

masiha

Leave a Comment

error: Content is protected !!