ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫରେଷ୍ଟର ଅଫିସ ଆଗରେ ଗଣ ବିକ୍ଷୋଭ

ବାଲେଶ୍ଵର,୧୭/୦୨/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଫରେଷ୍ଟର ଅଫିସ ସାମ୍ନାରେ ସାତ ଗୋଟି ଦାବିନେଇ ଶୁଭଶଙ୍ଖ ଓ ଶଙ୍ଖନାଦ ଶାମୁକା ଗୋଟାଳି ସଙ୍ଘ ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାବା ଲଙ୍ଗଳେଶ୍ୱର ପୀଠରୁ ଶହ ଶହ ବିକ୍ଷୋଭ କାରୀ ବିରାଟ ଶୋଭାଯାତ୍ରାରେ ବାହାରି ଫରେଷ୍ଟର ଅଫିସ ସାମ୍ନାରେ ପହଞ୍ଚି ଥିଲେ । ସଙ୍ଘର ମୁଖ୍ୟ ଉପଦେଷ୍ଟା ସମାଜସେବୀ ସୁବଲ ଚନ୍ଦ୍ର ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲିଆପାଳର ଚୌମୁଖ କଙ୍କଡାପାଳ ଠାରୁ ସଦର ବ୍ଲକର କଷାଫଳ ଯାଏ ସମୁଦ୍ର ବେଳାଭୂମିରେ ମଲା ଶାମୁକା ଗୋଟାଇ ଗରିବ ଦଳିତ ଲୋକ ନିଜର ଜୀବିକା ନିର୍ବାହ କରନ୍ତି ।ଏମାନଙ୍କ ସୁରକ୍ଷା, ଶାମୁକା ବିକ୍ରି ପାଇଁ ବଜାର ସୃଷ୍ଟି କରିବା, ନ୍ୟାର୍ଯ୍ୟ ଅଧିକାର ପାଇଁ ଶ୍ରୀ ଦାସ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା କ୍ଷିତିସ ଜେନା, ଶଙ୍ଖନାଦ ଶାମୁକା ଗୋଟାଳି ସଂଘର ସଭାପତି ଝାଡେଶ୍ୱର ପାତ୍ର, ଶୁଭଶଙ୍ଖ ସଂଘର ସଭାପତି ମିନାରାଣୀ ପାତ୍ର, ହାବୁଲୁ କଅଂର,ପୁରୁଷୋତ୍ତମ ମାଝୀ, ଘନଶ୍ୟାମ ସାହୁ, ମୃତ୍ୟୁଞ୍ଜୟ ଦଳାଇ, ନିରଞ୍ଜନ ରାଉତ, ଉଷାମଣି ସାହୁ, ରଙ୍ଗଳତା ଦଳାଇ, ଜୟନ୍ତୀ ବେହେରା, ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଶିଳା ବେହେରା, ରେବତୀ ବେହେରା, ରମେଶ ପରିଡା, ବାବୁଧର କଡ଼ାଇ, ଟୁକୁ ଦଳାଇ, ଜୟ ରାମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ଵେହେରାଙ୍କ ରିପୋର୍ଟ

Related posts

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ବାରିପଦା ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!