ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

କୋକସରା,୧୭/୦୨ // ନୂଆପଡ଼ା ଜିଲ୍ଲାର କେରାପଦର ଠାରେ କଳାହାଣ୍ଡି ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର ଝଙ୍କଡ଼ ପାଇକ ସମାଜର ୪୫ ତମ ବାର୍ଷିକ ଅଧିବେଶନ ସଭାପତି ବୃଷଭ ରାଉତଙ୍କ ସଭାପତିତ୍ୱରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ତିନି ଜିଲ୍ଲାର କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ସମାଜର ହିତକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେହିପରି ୩ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ଆଞ୍ଚଳିକ କମିଟି ପାଇଁ ସଭାପତି ଭାବେ ନାରାୟଣ ରାଉତ, ସାଧାରଣ ସମ୍ପାଦକ ଭାବେ ବନମାଳୀ ପ୍ରଧାନୀ, ନିରଞ୍ଜନ ବିଶି, ଉଦୟନାଥ ନାଏକ, ଧୀରେନ୍ଦ୍ର ନାଥ ବିଶି, ଦେବୀସିଂ ବିଶିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଅଧିବେଶନ ଶେଷରେ ରାହାସ କାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

ବିଧାୟକ ଦୁର୍ଗାଙ୍କ ଉପସ୍ଥିତିରେ ତିଲକାନଗର ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ

ଜରାଜିର୍ଣ୍ଣ ଅବସ୍ଥାରେ ଭାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!