ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପରାଜିତା ପରିଡ଼ା ଙ୍କ କବିତା // ସତ୍ୟ ଶିବ ସୁନ୍ଦର

ସତ୍ୟ ଶିବ ସୁନ୍ଦର

ତୁମେ ଆସିବ ବୋଲି ବସନ୍ତ ର ଲଗନେ
ଛୁଇଁଯାଏ ମୃଦୁ ମଳୟ
ମହ ମହ ଘିଅ ଦୀପ ଝୁଣା ର ସୁଗନ୍ଧ
ଚଉଦିଗ ଲାଗେ ଶିବମୟ 
ସତ୍ୟ ଶିବ ସୁନ୍ଦର ହେ କରୁଣାବତାର
ନୀଳକଣ୍ଠେଶ୍ଵର ବାବା ହର
ଆନନ୍ଦ ଦାୟକ କୃପା ମୟ ତପେ ଅବା କୋପେ
ମଙ୍ଗଳ ଦାୟୀ ଏ ସଂସାର ର,,
ପ୍ରଭୁ ତ୍ରିଲୋଚନ ନାଗେନ୍ଦ୍ର ଶୋଭିତ ଶିରେ
ଶିବ ମହେଶ୍ୱର ସଂସାରେ ସାର
ଜାଳିଦିଅ କାମନା ର ହିଂସ୍ର ସ୍ଵଭାଵ କୁ
ଜାଗ୍ରତ ହେଉ ମାନବ ବାଦ ର,,
ହୃଦ ମନ୍ଦିର ରେ ବାବା ନିତ୍ୟ ଗୋ ବିରାଜ
ଜାଗରଣ ହେଉ ଜଡ଼ ପ୍ରାଣ ର
ସାରlସଂସାର ରେ ପୁଣ୍ୟ ର ବିଭୁତି ଝରୁ
ପ୍ରତି ପ୍ରାଣେ ଭରୁ ଆନନ୍ଦ ଜୁଆର,,

ଅପରାଜିତା ପରିଡ଼ା 

କୁଜଙ୍ଗ , ଜଗତସିଂପୁର 

Related posts

ଅଜୟ କୁମାର ନାୟକ ଙ୍କ କବିତା= ଫେରି ଆସିଥିବା ଫଗୁଣର ବାର୍ତ୍ତା

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା // ମୋ’ ଅଧାଗଢ଼ା ଚକାଡୋଳା

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା = ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ଜୟନ୍ତୀ ଉପଲକ୍ଷେ

Sunil Chandra Nayak

Leave a Comment

error: Content is protected !!