ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାମି ପାତ୍ର ଙ୍କ କବିତା // ଉଜାଗରେ ରହି ଜାଳେ ଜାଗର

ଉଜାଗରେ ରହି 

ଜାଳେ ଜାଗର

ଉଜାଗରେ ରେ ରହି ଜାଳିଲି ବତୀ
ବାବାଙ୍କ ପାଦତଳେ ସରଣ ପଶି
ମନେ ମନେ ତାଙ୍କୁ କରି ସ୍ମରଣ
ପାରିକରିଦିଅ ଦୁଃଖିଜନକୁ।
ଜଗତେ ସୁଖ ସଭିଙ୍କୁ ରଖ
ପ୍ରତି ହୃଦୟରେ ଶ୍ରଦ୍ଧା ଜାଗ୍ରତ କର
ନର ପିସାଚ ରୂପ ମନରୁ କାଢ
କେହି କାହାରିକୁ ଘୃଣା ନକରୁ।
ମନେ ହିଂସା, ଲୋଭ କ୍ରୋଧ 
ପରିହାରି ସବୁକୁ ଦିଅ ଦୂରେଇ
ଭକ୍ତଜନଙ୍କ ସେବା କରିବା ପାଇଁ
ମନରେ ସାହସ ଦିଅ ଦୃଢ଼ କରି
ତୁମେ କୃପା କର କୃପାସାଗର
ମସ୍ତକେ ଝରିଯାଉ ଗଙ୍ଗାଧର
ପାପ ଧୋଇଦିଅ ହେ ଜଟାଧାରୀ
ରକ୍ଷା କର ରକ୍ଷା କର ଏତିକି ଗୁହାରି

ମାମି ପାତ୍ର

ତିହିଡି ଭଦ୍ରକ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

ହୃଷିକେଶ ଜାଲି ଙ୍କ କବିତା // ଉର୍ବର

Sunil Chandra Nayak

ସମୀର କୁମାର ପ୍ରଧାନ ଙ୍କ କବିତା = କୃଷକ ର ପର୍ବ ଅକ୍ଷୟ ତୃତୀୟା

masiha

Leave a Comment

error: Content is protected !!