ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସିତାଂଶୁ ଜେନା ଙ୍କ କବିତା // ହେ ଶଶୀଖଣ୍ଡ ମୌଳି

ହେ ଶଶୀଖଣ୍ଡ ମୌଳି

ଦେବଦେଵ ହର ଆହେ ମହେଶ୍ବର
ଶେଷନାଗ ଚନ୍ଦ୍ରଚୁଡ଼
ଭସ୍ମ ବିଲୋପିତ ଭଜଙ୍ଗ ହାରାୟ
ନନ୍ଦି ର ପୃଷ୍ଟେ ଆରୁଢ଼
ମହାତେଜକାନ୍ତି କାନରେ କୁଣ୍ଡଳ
ଜଟାଜୁଟ ସମାରୁଢ଼
ଦେବ ଦେବ ହର ଆହେ ମହେଶ୍ବର
ଶେଷ ନାଗ ଚନ୍ଦ୍ରଚୁଡ଼…………………
 ବ୍ୟାଘ୍ରଚର୍ମତ୍ତରୀ ଲଲାଟେ ସିନ୍ଦୁର
ପଞ୍ଚ ତୁମ ଆନନେ
ତ୍ରିଲୋଚନ ନେତୃ ସ୍ପୁରିତ ନିର୍ଗତ
କନ୍ଦର୍ପ କାମ ଦହନେ
ପିନାକ ସାୟକ ତ୍ରିଶୂଳ ଶକତି
ଭୁତ ଖେଚର ବାଡ଼
ଦେବ ଦେବ ହର ଆହେ ମହେଶ୍ବର
ଶେଷନାଗ ଚନ୍ଦ୍ରଚୁଡ଼………………
ଶଶୀ ଖଣ୍ଡ ମୌଳି ଘୋର ବିକରାଳି
ପ୍ରଚଣ୍ଡ ଦୋର୍ଦ୍ଧଣ୍ଡ ରୂପ
ଡିମି ଡିମି ଡମ ଡମ୍ବରୁ ଶୁଭେ
ସତେ ଗୁରୁଭାର କୋପ
ଦୁର୍ଜ୍ଜଟି ଶଙ୍କର ସତ୍ୟ ଶିବ ତୁମେ
ଡାକୁଛି ବାରେ ଏ ମୁଢ
ଦେବ ଦେବ ହର ଆହେ ମହେଶ୍ବର
ଶେଷନାଗ ଚନ୍ଦ୍ରଚୁଡ଼………………….

ସିତାଂଶୁ ଜେନା

ସହ ସଂପାଦକ ,
ଓଡ଼ିଆ ଭାଷା ସାହିତ୍ୟ  ପରିଷଦ 

 

ଓଡ଼ିଶା 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ମିନତି ଦାଶ ଙ୍କ କବିତା = ବସନ୍ତ

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା // ଭୋଳାନାଥ ମହେଶ୍ୱର

Sunil Chandra Nayak

Leave a Comment

error: Content is protected !!