ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

HDFC ବ୍ୟାଙ୍କ ର ନୂତନ କୋଠା ଉଦଘାଟିତ

 ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ସଦରମହକୁମା ଠାରେ ଛବିସ ନମ୍ବର ଜାତୀୟ ରାଜପଥ କଡରେ HDFC ବ୍ୟାଙ୍କ ର ନୂତନ କୋଠା ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ରୁଣ ପ୍ରଦାନ କରିବା ସହିତ ଝିଅବା ରସା ଗାଦବାଗୁଡା ନବରଙ୍ଗପୁର ଏବଂ ପଡାଲଗୁଡା ପଞ୍ଚାୟତ ଅନ୍ତର୍ଗତ ମାଝିଗୁଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ମାଣ୍ଡିଆ ରେ ପ୍ରସ୍ତୁତ କରିଥିବା ବିଭିନ୍ନ ସାମଗ୍ରୀର ଏକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା।HDFC ବ୍ୟାଙ୍କ ର ଏଭଳି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଡଃ ମିଶ୍ର ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ର ରାଜ୍ଯ ମୁଖ୍ୟ ପ୍ରବନ୍ଧକ ଦୀପକ ସିଂ , ନବରଙ୍ଗପୁର ଜିଲ୍ଲା ଓରମାସ ର ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲକା ଉମା ମହେଶ,ନବରଙ୍ଗପୁର ସହର ର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ବ୍ୟାଙ୍କ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ନବରଙ୍ଗପୁର ଶାଖାର ମୁଖ୍ୟ ପରିଚାଳକ ଜଗନ୍ନାଥ ପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର “ଫଗୁରେ ଫଗୁଣ” ସାଂସ୍କୃତିକ କାର୍ଯ୍ୟକ୍ରମ !

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ପାଳିଲେ ନୂଆଁଖାଇ ପର୍ବ

masiha

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!