ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

ରୁପ୍ରା, ୧୮/୨ (ମନିସ) :ନର୍ଲା ବ୍ଲକ୍ ରୁପ୍ରାରୋଡ୍ ଠାରେ ୧୭ ଫେବୃଆରୀ ସନ୍ଧ୍ୟା ୭ ଟାରେ ଦିନିକିଆ ଜିଲ୍ଲା ସ୍ତରୀୟ ବ୍ୟାଡ୍ ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି। ଏଥିରେ ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ହେଇ ଫିତା କାଟି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ରୁପ୍ରାରୋଡ୍ ସମେତ ନର୍ଲା, ମ. ରାମପୁର, ରିଷିଡା, କର୍ଲାମୁଣ୍ଡା, ଭବାନୀପାଟଣା, ଲାଞ୍ଜିଗଡ, ପାଷ୍ଟିକୁଡ଼ି, ନିଶାନପୂର୍ ଅଞ୍ଚଳର ୨୬ଟି ଦଳ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ମୋଟ ୨୫ ଟି ମ୍ୟାଚ୍ ଅନୁଷ୍ଠିତ ହେଇଥିଲା। ଫାଇନାଲ ମ୍ୟାଚ୍ ମନୋଜ ଏବଂ ସାଥି (ମ. ରାମପୁର) ଓ ଚନ୍ଦନ ଏବଂ ସାଥି (ପାଷ୍ଟିକୁଡ଼ି) ମଧ୍ୟରେ ହେଇଥିଲା। ଏଥିରେ ଚନ୍ଦନ ଏବଂ ସାଥି (ପାଷ୍ଟିକୁଡ଼ି) ୨-୦ ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲେ। ରୁପ୍ରାରୋଡର ପୁର୍ବ ଖେଳାଳି ସୁରେନ୍ଦ୍ର ଅଗ୍ରୱାଲ ଟ୍ରଫି ବଣ୍ଟନ କରିଥିଲେ।ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ, ସେକ୍ଟର-୫,ରାଉରକେଲା ର ୫୨ ତମ କ୍ରୀଡା ସମ୍ମିଳନୀ

masiha

ଶତାଧିକ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ

Sunil Chandra Nayak

ଖଡ଼ିଆଳଠାରେ ଅନ୍ତଃ ଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ

masiha

Leave a Comment

error: Content is protected !!