ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ

ବାଲୁଗାଁ:-ପବିତ୍ର ମହାଶିବରାତ୍ରୀରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ଜନଗହଳି ରେ ଉଛୁଳି ପଢୁଛି ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ସମସ୍ତ ଶୈବପୀଠ । ଫାଲଗୁନ ମାସ କୁଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ବା ଆଜିର ଦିନରେ ମହାଶିବ ରାତ୍ରୀକୁ ଜାଗର ଓଷା ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ। ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠରେ ମହାଶିବ ରାତ୍ରୀ ଅବସରରେ ଚଳ ଚଞ୍ଚଳ ହୋଇ ପଢ଼ିଚି ଶୈବପୀଠ। ଆଜିର ଦିନରେ ବାବା ଉମାମହେଶ୍ଵର ଦେବଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ନିଜଳା ଉପବାସ କରିବା ସହିତ ଉଜାଗର ରହି ଜାଗର ଦ୍ଵୀପ ଜାଳି ମହାଦେବ ଙ୍କ କୃପା ଲାଭ କଲେ ମନସ୍କାମନା ପୂରଣ ହୁଏ ବୋଲି କିଛି ଶ୍ରଦ୍ଧାଳୁ କହିଛନ୍ତି। ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ସମସ୍ତ ଶୈବପୀଠ ଯଥା ଗୁପ୍ତେଶ୍ୱର ଦେବ, ଭେଟିନାଥ ଦେବ, ବ୍ରହ୍ମେଶ୍ୱର ଦେବ ଙ୍କ ମନ୍ଦିରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମାନେ ଉଜାଗର ରହି ଜାଗର ଦ୍ଵୀପ ଜାଳୁ ଥିବାର ଦେଖିବାକୁ ମିଳିଛି।।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ମା ଦଣ୍ଡକାଳୀ ପୂଜା

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ମା ଅଗ୍ନିଗଙ୍ଗାମା ଠାକୁରାଣୀ ଘଟ ଯାତ୍ରା

Sunil Chandra Nayak

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!