ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଥୁଆମୁଳ ରାମପୁର:୧୮/୦୨ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସାଇସୁରୁଣୀ ଠାରେ ଗତ ତା ୧୭/୦୨/୨୦୨୩ ରିଖ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରଧାନ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପିଏ ଆଇଟିଡିଏ ଶ୍ରୀ ଟୁନୁ ମେହେର, ମୁଖ୍ୟ ବକ୍ତାଭାବରେ ରେଞ୍ଜ ଅଫିସର ଶ୍ରୀ ବିମଳ ପ୍ରକାଶ ଟୁକନୁ, ସଭା ପରିଚାଳନାର ସଭାପତି ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭରତ ନାୟକ, ଉପ – ସଭାପତି ଗୁଣୁପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭଗବାନ ସାହୁ, ସମ୍ମାନିତ ଅତିଥି ଥୁଆମୁଳ ରାମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀ ରବିନାରାୟଣ ସିଂ,  ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା, ସିଆରସିସି ଶ୍ରୀ ଅଜିତ ବେହେରା, ଜିଲ୍ଳାପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲା, ଏସଏମ୍ଏସ୍ ଅଧ୍ଯକ୍ଷ ଶ୍ରୀ ଗଣେଶ ପୁଝାରୀ, ସ୍ବତନ୍ତ୍ର ଅତିଥି ଭାବରେ  ଗୁଣୁପୁର ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଚନ୍ଦ୍ରହାସ୍ଯ ଭୋଇ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ପୂର୍ବକ ଉତ୍ସବକୁ ପୂଜାର୍ଚ୍ଚନା କରିବା ସହ ବାର୍ଷିକ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କୁ ବିଦ୍ଯାଳୟର ଶିକ୍ଷୟିତ୍ରୀ ସାଗର ବିଦ୍ଯା ଶ୍ରୀନିବାସ ଓ ଛାତ୍ରଗଣ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଧାନ କରିଥିଲେ। ବିଦ୍ୟାଳୟର ଅନ୍ଯତମ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ଚନ୍ଦ୍ର ଛତ୍ରୀଆ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ଅନେକ ସମସ୍ୟା ଉପରେ ଆଲୋକ ପାତ କରିଥିଲେ। ସେଥିମଧ୍ୟରୁ ମୂଖ୍ୟ ସମସ୍ୟା ଥିଲା ପିଇବା ପାଣିର ସମସ୍ୟା। ଏହାର ସୁବ୍ୟବସ୍ଥା ପାଇଁ ଆଇଟିଡିଏ ପିଏଙ୍କୁ  ଅନୁରୋଧ କରିଥିଲେ ।ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ପୁରସ୍କାର ବଣ୍ଟନ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହା ପରେ ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା  ରଙ୍ଗାରଙ୍ଗ ଡ୍ଯାନ୍ସ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ସମାଜସେବୀ ଡମ୍ବରୁ ଧର ଚଣ୍ତୀ ଓ ଶିକ୍ଷକ ପ୍ରମୋଦ ଚନ୍ଦ୍ର ଛତ୍ରୀଆ, ଏଥିରେ ୬୫ ଜଣ ଛାତ୍ରଛାତ୍ରୀ ୧୯ ଟି ନୃତ୍ୟ ଦଳ ହିସାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଥ ଶବର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ   ସମାପ୍ତ କରିଥିଲେ।

ଗୁଣପୁର ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ 

Related posts

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କେ. ପାଣ୍ଡିଆନ୍

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!