ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅରୂପ କୁମାର ବିଶ୍ବାଳ ଙ୍କ କବିତା // ମହା ଶିବରାତ୍ରୀ

ମହା ଶିବରାତ୍ରୀ

ଅରୂପ କୁମାର ବିଶ୍ବାଳ

ମହା ଶିବରାତ୍ରୀ ପାଳେ ଆଜି ଧରା
ଭକତଙ୍କ ଭିଡ ଭାରି,
ଜାଗର ଜାଳନ୍ତି ଭକ୍ତ ଆନନ୍ଦରେ
ହୃଦୟେ ଭକତି ଭରି।
ପୁଣ୍ୟର ସଳିତା ଜଳେ ଦପଦପ
ଭକତିର ତୈଳ ସାଥେ,
ଅନ୍ଧାରକୁ କାଟି ଆଲୋକିତ କରେ
ଭକ୍ତ ବେଢିଛନ୍ତି କେତେ।
ମନ ଜାଣି ବର ଦେଇଥାନ୍ତି ହର
ଭକତ ଭାବରେ ବନ୍ଧା,
ଯେତେ ଅଛି ବାଧା କଟିଯାଏ ପୁଣି
କଟିଯିବ ଅସୁବିଧା।
ଜାଗର ଦୀପରେ ଜାଳିଦିଅ ପ୍ରଭୁ
ପାପର କଣିକା ସବୁ,
ହସି ଉଠୁ ପ୍ରଭୁ ତୁମରି ସଂସାର
ଦୁଃଖ ରୋଗ ହେଉ କାବୁ।
ପଞ୍ଚାକ୍ଷର ମନ୍ତ୍ର ପ୍ରତିଧ୍ବନି ହେଉ
ଶିବମୟ ହେଉ ଧରା,
ଜାଗର ଦୀପରେ ଅନ୍ଧକାର ହଟୁ
ଭରୁ ପୁଣ୍ୟର ପସରା।
ହେ ଉମାପତି କଇଳାସ ପତି
ତୁମ ନାମ ଗାଇଗାଇ,
କଟୁ ଏଇ ରାତି ମହାଶିବରାତ୍ରୀ
ଭକ୍ତଙ୍କ ଗହଣେ ଥାଇ।
ପାପର କାଳିମା ଲିଭିଯାଉ ସବୁ
ପାଇ ତୁମ ପଞ୍ଚାମୃତ,
ହିଂସା,ଦ୍ବେଷ,ଆଉ ଯେତେ ଅଂହକାର
ଜଳିଯାଉ ହୋଇ ଘୃତ।

ପାରାଦୀପ, ଜଗତସିଂହପୁର

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା l l ବିଦାୟ,୨୦୨୨ l l

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଶିବ ମହିମା

Sunil Chandra Nayak

ମନେପଡ଼ନ୍ତି ମଧୁବାବୁ; ଉତ୍କଳ ଗୌରବଙ୍କୁ ଝୁରୁଛି ଓଡ଼ିଆ ଜାତି

masiha

Leave a Comment

error: Content is protected !!