ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ମାତୃଭାଷା ଦିବସ ପାଳିତ

ରାଉରକେଲା/ ଇସ୍ପାତ ନଗରୀ ରାଉରକେଲାରେ ପ୍ରାୟ ସାହିତ୍ୟନୁଷ୍ଠାନ ଗୁଡିକ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ମିଳିତ ହୋଇ ବିଶ୍ବ ମାତୃଭାଷା ଦିବସ ପାଳନ କରିଥିଲେ । ଏହି ଅବସରରେ ବକ୍ତାମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ମାତୃଭାଷା ସହିତ ପ୍ରତ୍ୟେକ ମଣିଷର ନାଡିର ସଂପର୍କ ରହିଛି । ମାତୃଭାଷା ପ୍ରଚାର,ପ୍ରସାର, ସ୍ନେହ,ଶ୍ରଦ୍ଧା ଓ ସଂପ୍ରୀତିର ବାତାବରଣ ସୃଷ୍ଟି କରିଥାଏ। ବିଶେଷତଃ ଭାରତ ଭଳି ବହୁଭାଷୀ ଦେଶପାଇଁ ମାତୃଭାଷା ଅପରିହାର୍ଯ୍ୟ । ଚଳିତବର୍ଷ ଆନ୍ତର୍ଜାତିକ ମାତୃଭାଷା ଦିବସର ବିଷୟବସ୍ତୁ ‘ ବହୁଭାଷୀ ଶିକ୍ଷା ପାଇଁ ଟେକ୍ନୋଲୋଜୀ ବ୍ୟବହାର: ଆହ୍ବାନ ଓ ସୁଯୋଗ ‘ ସଂପର୍କରେ ବକ୍ତାମାନେ ଆଲୋଚନା କରି କହିଲେ ଯେ ସଂପ୍ରତି ଡିଜିଟାଲ ଦୁନିଆର ଯୁଗ। ବୈଷୟିକ ଶିକ୍ଷାର ଚାହିଦା ଦିନକୁଦିନ ବଢିବାରେ ଲାଗିଛି । ଏଥିପାଇଁ ଆମକୁ ମାତୃଭାଷା ସହିତ ଅନ୍ୟ ଭାଷାରେ ଦକ୍ଷତା ରଖିବାକୁ ପଡିବ । ତେବେ ନିଜ ମାତୃଭାଷାକୁ ବ୍ୟବହାର କରିଲେ ତାହା ସର୍ବଦା ଗ୍ରହଣୀୟ ହେବା ସହ ଭାଷା ବଂଚିବାର ସହାୟକ ହେବ । ଏହାସହ ମାତୃଭାଷା ସଂପର୍କୀତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାହିତ୍ୟନୁଷ୍ଠାନ ଯଥା ଓଡିଆ ଭାଷା ବିକାଶ ମଞ୍ଚ, ଆଦର୍ଶ ପାଠାଗାର, ଇସ୍ପାତ ସାହିତ୍ୟ ସଂସଦ, ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ସ୍ବସ୍ତି ସାହିତ୍ୟ ସଂସଦ, ଧାମରା ସଂଘ, ହମିରପୁର ଉନ୍ନୟନ ପରିଷଦ, କଲଚରାଲ ଏକାଡ଼େମୀ, ସମ୍ବାଦ ସାହିତ୍ୟ ଘର, ପରିଚୟ, ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ, ରାଧାକୃଷ୍ଣ ସେବା ସମିତି , ହେତୁବାଦୀ ସଂଗଠନ ପ୍ରଭୃତିର ସର୍ବଶ୍ରୀ ପ୍ରଶାନ୍ତ କୁମାର ପତି,ପଶୁପତିନାଥ ଚାଟାର୍ଜୀ, ବ୍ରଜେନ୍ଦ୍ର ଦାଶ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଡଃ ସୁମନ ଦତ୍ତ, ଆର୍ତ୍ତତ୍ରାଣ ମହାପାତ୍ର, ଚନ୍ଦ୍ରଶେଖର ପାଇକରାୟ, ଅଭିରାମ ପ୍ରଧାନ, ଗଙ୍ଗାଧର ପୁହାଣ, ପ୍ରଫୁଲ୍ଲ ସାମଲ, ହେମନ୍ତ ବିଶ୍ବାଳ, ଡଃ ନଗେନ ଦାସ, ପଞ୍ଚାନନ ପାତ୍ର, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ରଖିଥିବା ବେଳେ ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!