ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସାୟ ବିଷ୍ଣୁ ରୂପାୟ ଆଲୋଚନା ଚକ୍ର ଆୟୋଜିତ

ରାଉରକେଲା/ବେଦବ୍ୟାସ ହେଉଛନ୍ତି ଭାରତୀୟ ଦର୍ଶନ, ଶାସ୍ତ୍ର ଓ ଆଧ୍ୟାତ୍ମିକତାର ମୂଳ ଉତ୍ସ l ତାଙ୍କର ସୃଷ୍ଟି ସମ୍ଭାରକୁ ବିଶ୍ଳେଷଣ କରିବା ନିମନ୍ତେ ବେଦବ୍ୟାସ ପୀଠ ବିକାଶ ମଞ୍ଚ ତରଫରୁ ଆଗାମୀ ଦିନମାନଙ୍କରେ ରାଉରକେଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଧାରାବାହିକ ଆଲୋଚନାଚକ୍ର “ବ୍ୟାସଦେବ ସୃଜନ ଚିନ୍ତନ”ର ପ୍ରଥମ ଅର୍ଘ୍ୟ “ବ୍ୟାସାୟ ବିଷ୍ଣୁ ରୂପାୟ” ଶୀର୍ଷକ ଉପରେ ଆଲୋଚନା ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରରେ କରାଯାଇଛି l ଏହି ଅବସରରେ ସଂଗଠନର ଆବାହକ ବଦ୍ରୀ ନାରାୟଣ ପାଢ଼ୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ବ୍ୟାସକ୍ଷେତ୍ରର ମହନୀୟତାର ପ୍ରଚାର ପ୍ରସାରରେ ବ୍ରତୀ ହେବା ପାଇଁ ଉପସ୍ଥିତ ସୁଜ୍ଞାନୀଜନଙ୍କ ନିକଟରେ ନିବେଦନ କରିଥିଲେ l ଉଦଘାଟକ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ବେଦବ୍ୟାସ ପୀଠ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତାଙ୍କର ଭୁୟସୀ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ବେଦବ୍ୟାସ ପୀଠର ମହନୀୟତା ଉପରେ ଆଲୋକପାତ କରି କହିଥିଲେ – ଶ୍ରୀକ୍ଷେତ୍ର, ତୁଳସୀକ୍ଷେତ୍ର ଏବଂ ବିରଜାକ୍ଷେତ୍ର ସଦୃଶ ରାଉରକେଲାର ବ୍ୟାସକ୍ଷେତ୍ର ମଧ୍ୟ ମହନୀୟତାରେ ପରିପୂର୍ଣ୍ଣ l ଏହି ଆଧ୍ୟାତ୍ମପୀଠର ପାଞ୍ଚକୋଶ ଅର୍ଥାତ ପନ୍ଦର କିଲୋମିଟର ପରିଧି ମଧ୍ୟରେ ଯଦି କୌଣସି ବ୍ୟକ୍ତି ସାଧନାରେ ଲିପ୍ତ ରହେ, ତେବେ ତା’ର ଫଳ ପ୍ରାପ୍ତି ନିଶ୍ଚିତ l ମୁଖ୍ୟବକ୍ତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଉମାକାନ୍ତ ପଣ୍ଡା ମହର୍ଷି ବେଦବ୍ୟାସଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଅଭିହିତ କରିଥିଲେ l ପୂରଣ ବର୍ଣ୍ଣିତ ସେହି ସମସ୍ତ ତଥ୍ୟ ଓ ତତ୍ତ୍ୱ ବ୍ୟାସକ୍ଷେତ୍ରରେ ଉପଲବ୍ଧ ଯାହା ଦର୍ଶାଇ ଦିଏ ଯେ ବେଦବ୍ୟାସ ଏହି ପୀଠରେ ଜନ୍ମଗ୍ରହଣ କରିଥିଲେ l ଡ଼. ପଣ୍ଡା ବେଦବ୍ୟାସଙ୍କ ଜନ୍ମ ବୃତ୍ତାନ୍ତ ଅତି ଚମତ୍କାର ଭାବରେ ବ୍ୟାଖ୍ୟା କରିବା ସହିତ ମହର୍ଷିଙ୍କୁ ତ୍ରିକାଳଜ୍ଞ ତଥା ଭବିଷ୍ୟତ ଦ୍ରଷ୍ଟା ଭାବରେ ଉପସ୍ଥାପନ କରିଥିଲେ l ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ରାଜୀବ ପାଣି ମହର୍ଷି ବେଦବ୍ୟାସ କିପରି ସେହି ପ୍ରାଣସ୍ୱରୂପ, ଦୁଃଖନାଶକ ସୁଖସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱୀ, ପାପନାଶକ, ଦେବସ୍ୱରୂପ, ପରମାତ୍ମାଙ୍କୁ ନିଜର ଅନ୍ତରାତ୍ମାରେ ଧାରଣ କରିଥିଲେ ଯାହାକୁ ପ୍ରତ୍ୟେକ ବ୍ୟକ୍ତି ହୃଦୟଙ୍ଗମ କରିବା ଉଚିତ ବୋଲି ବୁଝାଇଥିଲେ l ସୃଷ୍ଟିର ଗୂଢ଼ ରହସ୍ୟ, ଦିବ୍ୟ ପ୍ରାର୍ଥନା, ଯଜ୍ଞୟ ପ୍ରୟୋଗ, ରୋଗ ଉପଚାର, ବିବାହ, ପ୍ରଜନନ, ପରିବାର, ସମାଜ ବ୍ୟବସ୍ଥା ପରି ମାନବ ଜୀବନର ସବୁ ପକ୍ଷ ବେଦରେ ସମାବିଷ୍ଟ ହୋଇଛି ତାହା ବର୍ଣ୍ଣନା କରିଥିଲେ l ପ୍ରାରମ୍ଭରେ ବେଦବ୍ୟାସ ପୀଠ ବିକାଶ ମଞ୍ଚର ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ ଭିତ୍ତି ଉପସ୍ଥାପନ ମାଧ୍ୟ୍ୟମରେ ଭାରତବର୍ଷର ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ରାଷ୍ଟ୍ରୀୟସ୍ତରର ମାନ୍ୟତା ପାଇବାକୁ ହେଲେ ଭିତ୍ତିଭୂମିର ବିକାଶ ପାଇଁ ସଠିକ ଯୋଜନା ପ୍ରସ୍ତୁତ ହେବା ଉଚିତ ବୋଲି କହିଥିଲେ l ଏହି ସନ୍ଦର୍ଭରେ ଝୁଲପୋଲର ଆବଶ୍ୟକତା କେତେ ଗୁରୁତ୍ୱ ବହନ କରୁଛି ତାହା ପ୍ରତିପାଦିତ କରିଥିଲେ l ଏହା ବ୍ୟତୀତ ଶଙ୍ଖ, କୋଇଲି ଓ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ, ନଦୀବନ୍ଧ ଉପରେ ରାସ୍ତା, ପଥର ବନ୍ଧ ଏବଂ ପଥରବନ୍ଧ ନିର୍ମାଣ କରାଯାଇ ଏକ ଜଳ ଭଣ୍ଡାର ସୃଷ୍ଟି କରାଯିବା ଉପରେ ମତବ୍ୟକ୍ତ କରିଥିଲେ l ସଂଗଠନର ଉପଦେଷ୍ଟା ଶ୍ୟାମ ସୁନ୍ଦର ଜେନା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ- ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ   

masiha

ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ

Sunil Chandra Nayak

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!