ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳନ

ଭବାନୀପାଟଣା ତା ୨୧/୦୨/୨୦୨୩ ରିଖ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଯୋଗ ଦେଇ ମାତୃଭାଷା ହିଁ ପ୍ରତେକ ମଣିଷ ର ପରିଚୟ ଓ ଜନ୍ମ ଭୂମି ସ୍ୱର୍ଗ ଠାରୁ ଉର୍ଦ୍ଧରେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ର ବରିଷ୍ଠ ସଦଶ୍ୟ ସୁତ୍ତମ କୁମାର ନାୟକ ଅତିଥି ରୂପେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନକୁ ଉଦ୍ବୋଧନ ଦେଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାମନ୍ତରା,ଚନ୍ଦ୍ରପ୍ରଭା ମିଶ୍ର, ମନୀଷା ସିଂହା, ସାଧନା ପ୍ରଧାନ, ଶାନ୍ତି ଅରୁଖ, ମିକୁମିକ୍ସ ନିଆଲ, ନରେଶ ସୁନାନୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

Sunil Chandra Nayak

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!