ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ.ଶି.ବି.ମ ବୋର୍ଡ଼ାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବୋର୍ଡ଼ା – ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ମହୋନ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଇନ୍ଦୁଭୂଷଣ ସାହୁ ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ପଧାନ ଯୋଗଦେଇ ନିଜ ଅଭିଭାଷଣରେ ଓଡିଆ ଭାଷାର ଉନ୍ନତି ଓ ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ରଚନା, ସୃତ ଲିଖନ,ଗଳ୍ପ କଥନ, ଚିତ୍ରାଙ୍କନ ଏବଂ କବିତା ଅନ୍ତାକ୍ଷରୀ ପ୍ରତିଯୋଗିତା ହୋଇଥିଲା । ବକୃତା ପ୍ରତିଯୋଗିତାରେ ସଲୋନୀ ପଧାନ ପ୍ରଥମ, ତୋଷିନୀ ନାଏକ ଦ୍ଵିତୀୟ ଏବଂ ସୋନିଆ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ରଚନା ପ୍ରତିଯୋଗିତାରେ ପ୍ରଦ୍ୟୁମ୍ନ କୁମାର ଗହୀର ପ୍ରଥମ, ପୁଷ୍ପିତା ସାହୁ ଦ୍ଵିତୀୟ ଏବଂ ଖିତେଶ ଚନ୍ଦ୍ର ପୁଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ରେ କବିର ଭୋଇ ଓ ରୀତିକା ଭୋଇ ପ୍ରଥମ, ସୁହାନି ବେହେରା ଓ ସାଇଲଗ୍ନା ପଣ୍ଡା ଦ୍ଵିତୀୟ ଏବଂ ପ୍ରାଚୀ ଜୈନ ଓ ଶ୍ରୀଦ୍ଧି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୁଲିଖନ ପ୍ରତିଯୋଗିତାରେ ତୋଶାନି ଗହୀର ପ୍ରଥମ, ରେହଂସ ଶବର ଦ୍ଵିତୀୟ ଏବଂ ଇତିଶା ପୁଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗଳ୍ପ କଥନ ପ୍ରତିଯୋଗିତାରେ ଭୋଜରାଜ ହାତୀ ପ୍ରଥମ, ପ୍ରିନ୍ସ ଜାଲ ଦ୍ଵିତୀୟ ଏବଂ ମୟୂରେଶ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳୀ ଥନାପତି,ନିବୃତ ପଧାନ,ଅମିତ କୁମାର ପଧାନ, ଅବନୀ ସାହୁ, ସମିତା ପ୍ରଧାନ,ସୋବନ୍ତି ଠାକୁର,ସୁଜାତା ଭୋଇ, ଅନିତା ଭୋଇ ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ଗ୍ରାମବାସୀଙ୍କ ଜିଦ ଆଗରେ ମୁଣ୍ଡ ନୁଆଇଁଲା ପ୍ରଶାସନ

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁବର୍ଣ୍ଣପୁର

masiha

ଲଞ୍ଚ ଉଇଣ୍ଡୋଜ କମ୍ପ୍ୟୁଟର ଏଡୁକେସନ ଟ୍ରଷ୍ଟ,ଜୁନିଅର ରେଡକ୍ରସ ଏବଂ ସମ୍ବାଦ ଆନୁକୁଲ୍ଯରେ ରକ୍ତଦାନ ଶିବିର

Leave a Comment

error: Content is protected !!