ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମୀ ବ୍ଲକର ପାହାଡ ପୁର ଗ୍ରାମ ରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ  ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତା ଯୋଜନା

ମୟୂରଭଞ୍ଜ -୨୨/୨/୨୩ (ମସିହା) ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ: ମୟୂର ଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର ଏସ. ଏଲ. ଏସ. ଆବାସିକ ବିଦ୍ୟାଳୟ ଠାରେ ବାଦାମ ପାହାଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସ। ଅଧିକାରୀ ଡାକ୍ତର ରିତେଶ ଚୈତନ୍ ଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଟିବୀ ରୋଗୀ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତା ର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଟୀବି ରୋଗୀଙ୍କୁ ସେମାନଙ୍କ ଚିକିତ୍ସା ସମୟରେ ପୁଷ୍ଟିକର ଖାଦ୍ୟ ପାଇଁ ମାସିକ ୫୦୦ ଟଙ୍କା ର ସହାୟତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି।ଏହି ଅଭିଯାନରେ ଟିବି ରୋଗୀ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତା ଡାଃ ରିତେଶ ଚୈତନ ପାହାଡପୁର ଗ୍ରାମ୍ୟ ର ବୈଦ୍ୟ ନାଥ ପୂର୍ଟି ଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଥଲେ। ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଏହି ରୋଗର ନିରାକରଣ ପାଇଁ ବାଦାମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଡୋଭା ସ୍ୱାସ୍ଥ୍ୟ କେନ୍ଦ୍ର ନୂତନଙ୍କୁ ଯୋଗାଇ ଦିଆଯାଇଛି। ଏହି ପରିପ୍ରକ୍ଷୀରେ ଡାଃ ରିତେଶ ଚୈତନ୍ୟ , ସେଣ୍ଟ୍ରାଲ ଟି ବି ଡିଭିଜନ ( ଭାରତ ସରକାର) ପରାମର୍ଶଦାତା ଡାକ୍ତର ଧର୍ମ। ରାଓ, ଏସ ଏଲ ଏସ ଆବାସିକ ବିଦ୍ୟାଳୟର ସହ ସଭାପତି ମୁନା ପ୍ରତିହାରୀ,ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ଜିଲ୍ଲା ସହ ସଂଯୋଜକ ଦୀନକୃଷ୍ଣ ବାରିକ, ବିପିଏମ୍ ନିରାକାର ନାୟକ, ଏସ ଟି ଏସ ରୋହିତ କୁମାର ବାରିକ , ଆଶା କର୍ମୀ ପୋମା ସୋରେନ୍, ଯକ୍ଷ୍ମା ରୋଗୀ ବୈଦ୍ୟନାଥ ପୂର୍ତ୍ତି ଙ୍କ ସମେତ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଆଲମଣ୍ଡା ବ୍ରିଜ କାମ , ଆନ୍ଧ୍ର କୁ ରାସ୍ତା ଖୋଲିବ , ସ୍ବାସ୍ଥ୍ୟ ସେବା ଓ ବାଣିଜ୍ୟ ର ସୁଯୋଗ ପାଇବେ ଅଞ୍ଚଳବାସୀ

Sunil Chandra Nayak

ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ଯାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏଡିଶା ବ୍ରାହ୍ମଣ ମହାସଭାର,ଵାମନଘାଟି ତରଫରୁ ସହାୟତା

Sunil Chandra Nayak

୪ ବିଦେଶୀ ଭାଷାରେ ଅନୂଦିତ ହେଲା କବି ଭବାନୀ ଶଙ୍କରଙ୍କ ‘ଲକଡାଉନ’ କବିତା ସଂକଳନ

Sunil Chandra Nayak

Leave a Comment

error: Content is protected !!