ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲୁଗାଁ ରେଲୱେ ନିକଟରେ ଅବକାରୀ ଓ ଆରପିଏଫ ର ମିଳିତ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ

ବାଲୁଗାଁ:-ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଓ ଆରପିଏଫ ପକ୍ଷରୁ ମିଳିତ ଚଢାଉ କରାଯାଇ ବାଲୁଗାଁ ରେଲୱେ ଷ୍ଟେସନ ନିକଟରୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବବୁଲ ବାରିକ (୨୦) ଘର କବିସୂର୍ଯ୍ୟନଗର ଗଞ୍ଜାମ ଜିଲ୍ଲା ଜିଲ୍ଲାର ବୋଲି ଜଣା ପଡ଼ିଛି। ସୂଚନା ମୁତାବକ ଆଜି ସକାଳେ କୌଣସି ସୂତ୍ରରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡ ସେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବାଲୁଗାଁ ରେଲୱେ ଷ୍ଟେସନ ନିକଟରେ ଚଢାଉ କରାଯାଇ ଥିଲା। ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅବକାରୀ ଓ ଆରପିଏଫ ହାତରେ ଧରା ପଢି ଯାଇଥିଲା ଅଭିଯୁକ୍ତ ବବୁଲ। ଅଭିଯୁକ୍ତ ନିକଟରୁ ୧୨କେଜି ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଅଭିଯୁକ୍ତକୁ ଗିରଫ କରିବା ସହ ତା ବିରୁଦ୍ଧରେ ପିଆର କେସ ନମ୍ବର ୧୬୯/୨୩ ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇ ଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡ ସେନା ସୂଚନା ଦେଇଛନ୍ତି।।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

masiha

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

Leave a Comment

error: Content is protected !!